ମଧ୍ୟପ୍ରଦେଶକୁ ହରାଇ ସେମିରେ ଓଡ଼ିଶା

କଟକ: ଚଳିତ ବିସି ରଏ ଟ୍ରଫି ଜାତୀୟ କନିଷ୍ଠ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ସେମିଫାଇନାଲ୍‌ ପ୍ରବେଶ କରିଛି। ପୁଲିସ୍‌ ପଡ଼ିଆରେ ମଙ୍ଗଳବାର ମଧ୍ୟପ୍ରଦେଶକୁ ୫-୧ ଗୋଲ୍‌ରେ ପରାସ୍ତ କରି ଓଡ଼ିଶା ଦ୍ବିତୀୟ ବିଜୟ ପାଇଥିଲା। ମଧ୍ୟପ୍ରଦେଶ ପକ୍ଷରୁ ବିବେକ ଦତ୍ତ (୯ ମିନିଟ୍‌) ପ୍ରଥମ ତଥା ଏକମାତ୍ର ଗୋଲ୍‌ ଦେଇଥିଲା ବେଳେ ଓଡ଼ିଶା ପକ୍ଷରୁ ଏମ୍‌ ତ୍ରିନାଥ (୫୩, ୯୦ ମିନିଟ୍‌) ଦୁଇଟି ଏବଂ ରବି ମାଢୀ (୩୫ ମିନିଟ୍‌), ଅବିନାଶ ସାମଲ (୮୨ ମିନିଟ୍‌) ଓ ଦୁଲା ମୁର୍ମୁ (୮୬ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଏହି ବିଜୟ ସହିତ ଗ୍ରୁପ୍‌-ଏ ବିଜେତା ‌େହାଇ ଓଡ଼ିଶା ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛି। ଆସନ୍ତା ୬ ତାରିଖ ସେମିଫାଇନାଲ୍‌ରେ ଓଡ଼ିଶାର ମୁକାବିଲା ପଞ୍ଜାବ ସହ ହେବ। ଅନ୍ୟ ଏକ ମ୍ୟାଚ୍‌ ଗୋଆ ଓ ପଞ୍ଜାବ ମଧ୍ୟରେ ଅମୀମା˚ସିତ ରହିଥିଲା। ବାରବାଟୀ ଷ୍ଟାଡିୟମରେ ଉତ୍ତର ପ୍ରଦେଶ ୨-୦ ଗୋଲ୍‌ରେ କର୍ଣ୍ଣାଟକକୁ, ସାଇ ୪-୩ ଗୋଲ୍‌ରେ ଜମ୍ମୁ କଶ୍ମୀରକୁ ପରାସ୍ତ କରିଛି।

ସମ୍ବନ୍ଧିତ ଖବର