ମଧ୍ୟପ୍ରଦେଶ, ଗୁଜୁରାଟ, ତ୍ରିପୁରା, ବିଦ୍ୟାଭାରତୀର ବୃହତ୍‌ ବିଜୟୀ

ଜାତୀୟ ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ୍‌ ବାଳିକା ଫୁଟବଲ୍‌ ଉଦ୍‌ଘାଟିତ

ଅନୁଗୁଳ: ଏଠାରେ ରବିବାରଠୁ ଆରମ୍ଭ ହୋଇଛି ୬୩ତମ ଜାତୀୟ ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ୍‌ ବାଳିକା ଫୁଟବଲ୍‌ ପ୍ରତିଯୋଗିତା। ଅନୁଗୁଳ ଷ୍ଟାଡିୟମ୍‌ ସମେତ କଦମ ପଡ଼ିଆ, ପିଟିସି ପଡ଼ିଆ ଓ ରେଞ୍ଜର୍ସ ଟ୍ରେନିଂ କଲେଜ ପଡ଼ିଆରେ ୫ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ରାଜ୍ୟ ଶକ୍ତି, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉଦ୍‌ଘାଟନ କରିଛନ୍ତି। ପ୍ରତିଯୋଗିତାରେ ଓଡ଼ିଶା ସମେତ ୨୩ ରାଜ୍ୟ ଓ ୪ କ୍ରୀଡ଼ା ସଂଗଠନର ୪୭୬ ବାଳିକା ଅଂଶଗ୍ରହଣ କରିଛନ୍ତି।

ଉଦ୍‌ଘାଟନୀ ଦିବସର ପ୍ରଥମ ମ୍ୟାଚ୍‌ରେ ହରିୟାଣାକୁ ୭-୦ ଗୋଲ୍‌ରେ ମଧ୍ରପଦେଶ ହରାଇଥିଲା ବେଳେ ପରବର୍ତୀ ମ୍ୟାଚ୍‌ଗୁଡ଼ିକରେ ତେଲେଙ୍ଗାନାକୁ ୧-୦ରେ ଚଣ୍ଡିଗଡ଼, ଏନ୍‌ଭିଏସ୍‌କୁ ୧୧-୦ରେ ଗୁଜୁରାଟ, ସିବିଏସ୍‌ଇଡବ୍ଲ୍ୟୁଏସ୍‌ଓକୁ ୧-୦ରେ ଦିଲ୍ଲୀ, ଆଇପିଏସ୍‌ସିକୁ ୯-୦ରେ ତ୍ରିପୁରା, ମହାରାଷ୍ଟ୍ରକୁ ୨-୦ରେ ଛତିଶଗଡ଼, ଆନ୍ଧ୍ରପ୍ରଦେଶକୁ ୨-୦ରେ ପଶ୍ଚିମବଂଗ ଏବଂ ଆଇବିଏସ୍‌ଏସ୍‌ଓକୁ ୬-୦ରେ ବିଦ୍ୟାଭାରତୀ ପରାସ୍ତ କରିଛି।

ସମ୍ବନ୍ଧିତ ଖବର