ମାଦ୍ରିଦ୍‌ ମାଷ୍ଟର୍ସ: ସିନ୍ଧୁ ଉପବିଜୟିନୀ

ମାଦ୍ରିଦ: ଦୁଇ ଥର ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ ମାଦ୍ରିଦ୍ ସ୍ପେନ୍‌ ମାଷ୍ଟର୍ସ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଉବବିଜୟିନୀ ହୋଇଛନ୍ତି। ରବିବାର ମହିଳା ଏକକ ଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ସିନ୍ଧୁ ୮-୨୧, ୮-୨୧ରେ ସିଧାସଳଖ ଗେମ୍‌ରେ ଇଣ୍ଡୋନେସିଆର ଗ୍ରିଗୋରିଆ ତୁନ୍‌ଜୁଙ୍ଗଙ୍କଠୁ ହାରି ଯାଇଥିଲେ। ଗତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟ ପରେ ସିନ୍ଧୁଙ୍କ ପ୍ରଥମ ଫାଇନାଲ୍‌ ଖେଳିଥିଲେ ମଧ୍ୟ ଟ୍ରଫି ଜିତିବାରେ ବିଫଳ ହୋଇଥିଲେ। ପୂର୍ବରୁ ସେମିଫାଇନାଲ୍‌ରେ ସିନ୍ଧୁ ୨୪-୨୨, ୨୨-୨୦ରେ ତାଙ୍କ କମ୍‌ ମାନ୍ୟତାପ୍ରାପ୍ତ ସିଙ୍ଗାପୁରର ୟିଓ ଜିଆ ମିନ୍‌ଙ୍କୁ ମାତ୍‌ ଦେଇଥିଲେ। ସେହିଭଳି ସେମିଫାଇନାଲ୍‌ରେ ତୁନ୍‌ଜୁଙ୍ଗ ୧୦-୨୧, ୨୧-୧୫, ୨୧-୧୦ରେ ସ୍ଥାନୀୟ ଖେଳାଳି ତଥା ଶୀର୍ଷ ମାନ୍ୟତାପ୍ରାପ୍ତ କାରୋଲିନା ମାରିନ୍‌ଙ୍କୁ ହରାଇଥିଲେ।

ସମ୍ବନ୍ଧିତ ଖବର