ମାଦ୍ରିଦ୍‌ : ଭାରତୀୟ ଟେନିସ୍‌ ତାରକା ରୋହନ ବୋପାନ୍ନା ଏଠାରେ ଚାଲିଥିବା ମାଦ୍ରିଦ୍‌ ଓପନ୍‌ର ପୁରୁଷ ଯୁଗଳରେ ଉପବିଜେତା ହୋଇଛନ୍ତି। ଅଷ୍ଟ୍ରେଲିଆର ମାଥ୍ୟୁ ଏବ୍‌ଡେନ୍‌ଙ୍କୁ ସାଥୀ କରି ଖେଳୁଥିବା ବୋପାନ୍ନା ଶନିବାର ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ ଅଣମାନ୍ୟତାପ୍ରାପ୍ତ ରୁଷିଆ ଯୋଡ଼ି କାରେନ କାଚାନୋଭ୍‌ ଓ ଆନ୍ଦ୍ରେ ରୁବ୍‌ଲେଭ୍‌ଙ୍କ ନିକଟରୁ ୩-୬, ୬-୩ ଓ ୩-୧୦ ସେଟ୍‌ରେ ପରାସ୍ତ ହୋଇଛନ୍ତି। ଫଳରେ ସପ୍ତମ ମାନ୍ୟତାପ୍ରାପ୍ତ ଭାରତ-ଅଷ୍ଟ୍ରେଲିଆ ଯୋଡ଼ି ଚଳିତ ଋତୁ‌ରେ ତୃତୀୟ ଟ୍ରଫି ହାସଲ କରିବାର ଯେଉଁ ଲକ୍ଷ୍ୟ ରଖିଥିଲେ ତାହା ସାକାର ହୋଇପାରିନଥିଲା। ଏହା ପୂର୍ବରୁ ବୋପାନ୍ନା-ଏବ୍‌ଡେନ୍‌ ଯୋଡ଼ି ବିଏନ୍‌ପି ପରିବାସ ଓପନ୍‌ ଜିତିଥିଲା ବେଳେ ଗତ ଫେବ୍ରୁଆରିରେ କାତାର ଓପନ୍‌ ବିଜେତା ହୋଇଥିଲେ।