ଭାରତ ପାଖରେ ‘ଚମତ୍କାର ୧୫’, ବିଶ୍ବକପ୍‌ କିନ୍ତୁ ସମ୍ପୂର୍ଣ୍ଣ ମୁକୁଳା: ଜଣ୍ଟି ରୋଡ୍‌ସ

ମୁମ୍ବାଇ: ଭାରତ ୧୫ ଜଣ ଚମତ୍କାର ଖେଳାଳିଙ୍କୁ ବାଛିଛି, କିନ୍ତୁ ଆଗାମୀ ବିଶ୍ବକପ୍‌ ପାଇଁ କେହି ସ୍ପଷ୍ଟ ଦାଦିଦାର ନାହାନ୍ତି। ଫର୍ମାଟ ବଦଳିଥିବାରୁ କୌଣସି ଦେଶକୁ ଦାବିଦାର କହି ହେବ ନାହିଁ। ଏଥିପାଇଁ ବିଶ୍ବକପ୍‌ ସମ୍ପୂର୍ଣ୍ଣ ମୁକୁଳା ବୋଲି କହିଛନ୍ତି ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ବ୍ୟାଟସମ୍ୟାନ୍‌ ତଥା ପ୍ରସିଦ୍ଧ କ୍ଷେତ୍ରରକ୍ଷକ ଜଣ୍ଟି ରୋଡ୍‌ସ। ୨୦୧୯ ବିଶ୍ବକପ୍‌ ରାଉଣ୍ଡ ରବିନ୍ ଭିତ୍ତିରେ ଖେଳାଯିବ, ପ୍ରତି ୧୦ ଦଳ ପରସ୍ପର ସହିତ‌ ଖେଳିବା ପରେ ଶ୍ରେଷ୍ଠ ୪ ଦେଶ ସେମିଫାଇନାଲ୍ ଯିବେ। ବିରାଟ କୋହଲିଙ୍କ ଦଳ ନିଶ୍ଚିତ ସନ୍ତୁଳିତ, କିନ୍ତୁ ଏହା ନୁହେଁ ଯେ ଅନ୍ୟମାନେ ସେଭଳି ନାହାନ୍ତି। ଭାରତ ଚମତ୍କାର ୧୫ ଜଣଙ୍କୁ ବାଛିଚି। ସମ୍ଭବତଃ ଅନ୍ୟ ୬ଟି ଦେଶ ସମାନ ଦଳ ଆଣୁଛନ୍ତି। ବିଶ୍ବକପ୍‌ର କିଛି ଦୃଢ଼ ଦଳ ରହିଛନ୍ତି, ମ୍ୟାଚ୍‌ ଦିନ କେଉଁ ଦଳ ସନ୍ତୁଳିତ ୧୧ ଜଣ ଖେଳାଇବ, ପରିସ୍ଥିତି ଓ ପରିବେଶ କିଭଳି ଥିବା। ତା’ ଉପରେ ସବୁକିଛି ନିର୍ଭର କରିବ ବୋଲି ରୋଡ୍‌ସ କହିଛନ୍ତି। ସୂଚନାଯୋଗ୍ୟ, ଭାରତ ଜୁନ୍ ୫ ତାରିଖରେ ଦକ୍ଷିଣ ଆଫ୍ରିକା ସହିତ‌ ‌ସାଉଥାମ୍ପଟନ୍‌ରେ ଖେଳି ଅଭିଯାନ ଆରମ୍ଭ କରିବ। ଭାରତୀୟ ଦଳ ଅଭିଜ୍ଞ ଖେଳାଳିଙ୍କୁ ଆଣିଛି। ଯଶପ୍ରୀତ୍ ବୁମରା ଡେଥ୍ ଓଭର ଗୁଡ଼ିକରେ ବିଶ୍ବର ଅନ୍ୟତମ ଅଭିଜ୍ଞ ଦ୍ରୁତ ବୋଲର। ହାର୍ଦିକ ପାଣ୍ଡ୍ୟା ମଧ୍ୟ ଅଲରାଉଣ୍ଡର୍ ଭାବେ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହେବେ। ମ୍ୟାଚ୍‌ ଫିନିସ୍ କରିବାର ଟେମ୍ପରାମେଣ୍ଟ୍ ତାଙ୍କ ନିକଟରେ ରହିଛି ବୋଲି ରୋଡସ୍ କହିଥିଲେ। କିନ୍ତୁ ଭାରତ ଭଳି ଅନ୍ୟ ୬ ଦଳ ବି ରହିଛନ୍ତି। ମୁଁ ୱେଷ୍ଟଇଣ୍ଡିଜ୍ କଥା କହୁନାହିଁ। ସପ୍ତମ ମାନ୍ୟତାରେ ଥିବା ଏହି ଦେଶ କିନ୍ତୁ ୫୦ ଓଭର କ୍ରିକେଟ୍‌ରେ ଭଲ ଖେଳିଲାଣି ବୋଲି ସେ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ୧୯୯୨ ମସିହାରେ ମଧ୍ୟ ବିଶ୍ବକପ୍‌ ରାଉଣ୍ଡ୍ ରବିନ ଭିତ୍ତିରେ ଖେଳାଯାଇଥିଲା। ୯ ଦଳୀୟ ଏହି ପ୍ରତିଯୋଗିତାରେ ପାକିସ୍ତାନ ବିଜେତା ହୋଇଥିଲା।

ସମ୍ବନ୍ଧିତ ଖବର