ଓ୍ବେସେନହାସ୍: ଜର୍ମାନୀର ଓ୍ବେସେନହାସ୍ଠାରେ ଆୟୋଜିତ ଫିଡେ ଫ୍ରିଷ୍ଟାଇଲ୍ ଚେସ୍ ବିଶ୍ବ ଚାମ୍ପିୟନସିପ୍ ବିଜୟୀ ହୋଇଛନ୍ତି ନରଓ୍ବେର ମାଗନସ୍ କାର୍ଲସନ। ସେ ଆମେରିକାର ଫାବିଆନୋ କାରୁଆନାଙ୍କୁ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛନ୍ତି। ୪ର୍ଥ ତଥା ଚୂଡ଼ାନ୍ତ ଗେମ୍ରେ ଡ୍ର କରିବା ସତ୍ତ୍ବେ କାର୍ଲସନ୍ ଏହି ମୁକାବିଲାକୁ ୨.୫-୧.୫ରେ ଜିତିନେଇଥିଲେ। ୩ୟ ଗେମ୍କୁ ଜିତିବା ପରେ ବିଜୟୀ ହେବା ପାଇଁ ସେ ଚୂଡ଼ାନ୍ତ ଗେମ୍କୁ ଅତିକମରେ ଡ୍ର କରିବା ଆବଶ୍ୟକ ଥିଲା।
କାର୍ଲସନ୍ଙ୍କ ପାଇଁ ଏହା ହେଉଛି ୨୧ତମ ଅନ୍ତର୍ଜାତୀୟ ଟାଇଟଲ୍
ତେବେ ଉଭୟ କାର୍ଲସନ ଓ ଆରୁଆନା ୨୦୨୭ ଫିଡେ ଫ୍ରିଷ୍ଟାଇଲ୍ ଚେସ୍ ବିଶ୍ବ ଚାମ୍ପିୟନସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶ୍ବର ନଂ୧ ମାନ୍ୟତାପ୍ରାପ୍ତ କାର୍ଲସନ୍ଙ୍କ ପାଇଁ ଏହା ହେଉଛି ୨୧ତମ ଅନ୍ତର୍ଜାତୀୟ ଟାଇଟଲ୍। ସେ ପୂର୍ବରୁ ଫିଡେ ଫିସର୍ ରାଣ୍ଡମ୍ ବିଶ୍ବ ଚାମ୍ପିୟନସିପ୍ ଜିତିବାକୁ ବିଫଳ ହୋଇଥିବାବେଳେ ଏହି ବିଜୟ ତାଙ୍କ ପାଇଁ ବେଶ ଗୁରୁତ୍ବ ବହନ କରୁଛି। ଅନ୍ୟପକ୍ଷରେ ନୋଡିରର୍ବେକ୍ ଅବଦୁସାତୋରୋଭ୍ ଜର୍ମାନିର ଭିନସେଣ୍ଟ୍ କେମରଙ୍କୁ ହରାଇ ୩ୟ ସ୍ଥାନ ଅଧିକାର କରିଥିଲେ। ଅବଦୁସାତୋରୋଭ୍ ମଧ୍ୟ ୨୦୨୭ ଫ୍ରିଷ୍ଟାଇଲ୍ ଚେସ୍ ବିଶ୍ବ ଚାମ୍ପିୟନସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।
ଆହୁରି ପଢ଼ନ୍ତୁ: Rijiju criticizes Rahul Gandhi: ଜାତୀୟ ସୁରକ୍ଷା ପ୍ରସଙ୍ଗରେ ରାଜନୀତି ନ ହେଉ; ଏଭଳି କହି ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କଲେ ରିଜିଜୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/16/rijiju-criticizes-rahul-gandhi-2026-02-16-12-56-49.jpg)