କୋଭିଡ୍‌ରୁ ମୁକୁଳିଲେ ସାମି

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି କୋଭିଡ୍‌ରୁ ମୁକୁଳିଛନ୍ତି। ତାଙ୍କ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଛି। ଏନେଇ ନିଜେ ସାମି ବୁଧବାର ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଘୋଷଣା କରିଛନ୍ତି। ଗତ ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ପୂର୍ବରୁ କୋଭିଡ୍‌ ପଜିଟିଭ୍‌ ଆସିଥିବାରୁ ସାମି ଭାରତୀୟ ଦଳରୁ ବାଦ୍‌ ପଡ଼ିଥିଲେ। ସେ ମଧ୍ୟ ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ‌ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଦ୍‌ ପଡ଼ିସାରିଛନ୍ତି। ଫଳରେ ଚଳିତ ବର୍ଷ ଜୁଲାଇରୁ ଏପର୍ଯ୍ୟନ୍ତ ସାମିଙ୍କୁ ପଡ଼ିଆରେ ଦେଖିବାକୁ ମିଳିନି। ଏପରିକି ୨୦୨୧ ନଭେମ୍ବରରୁ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ମଧ୍ୟ ଖେଳିପାରିନାହାନ୍ତି। ହେଲେ ଫିଟ୍‌ନେସ୍‌ ଆକଳନ ପରେ ବିଶ୍ବକପ୍‌ ଦଳରେ ତାଙ୍କ ସ୍ଥାନ ନେଇ ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର