ସହିଦଙ୍କ ପରିବାରକୁ ସାମିଙ୍କ ଆର୍ଥିକ ସହାୟତା

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସହିଦ ପରିବାରକୁ ସହାୟତାର ବଢ଼ାଇଛନ୍ତି କ୍ରିକେଟର୍‌ ମହମ୍ମଦ ସାମି। ସେ ସୋମବାର ସହିଦ ପତ୍ନୀମାନଙ୍କୁ ଆର୍ଥିକ ସହାୟତ ଦେଇଛନ୍ତି। ଆମେ ଖେଳୁଥିବା ‌ବେଳେ ସୀମାରେଖାରେ ଦେଶକୁ ସୁ‌ରକ୍ଷା ଲାଗି କାର୍ଯ୍ୟ କରୁଛନ୍ତି ସୈନିକମାନେ। ଏହି ସମୟରେ ଆମେ ସେମାନଙ୍କ ପରିବାର ସହ ରହିବା ବୋଲି କହିଛନ୍ତି ସାମି। ପୂର୍ବରୁ ବୀରେନ୍ଦ୍ର ସେହବାଗ, ଶିଖର ଧାୱାନ୍‌ ମଧ୍ୟ ସହଯୋଗରେ ହାତ ବଢ଼ାଇଥିଲେ। ସେହବାଗ ସହିଦ ସିଆର୍‌ପିଏଫ୍‌ ସୈନିକଙ୍କ ପିଲାଙ୍କ ପାଠପଢ଼ା ଖର୍ଚ ତୁଲାଇବାକୁ କହିଥିଲା ବେଳେ ଧାୱାନ୍‌ କିଛି ଅର୍ଥରାଶି ପ୍ରଦାନ କରିବାକୁ ଫେସ୍‌ବୁକ୍‌ ପୃ‌ଷ୍ଠାରେ ଉଲ୍ଲେଖ କରିଥିଲେ। ‌ଅନ୍ୟମାନଙ୍କ ମଧ୍ୟରେ ହରିଆନା ପୁଲିସରେ କାର୍ଯ୍ୟରତ ମୁଷ୍ଟି‌ଯୋଦ୍ଧା ବିଜେନ୍ଦର ସିଂହ ଗୋଟିଏ ମାସର ଦରମା, ବିଦର୍ଭ ଅଧିନାୟକ ଫଏଜ ଫଜଲ ଇରନି ଟ୍ରଫିରେ ଦଳକୁ ମିଳିଥିବା ସମସ୍ତ ପୁରସ୍କାର ରାଶି ଦେବାକୁ ଘୋଷଣା କରିଥଇିଲେ। ସେହିଭଳି ସହିଦ ପରିବାରକୁ ବିସିସିଆଇ କାର୍ଯ୍ୟକାରୀ ସଭାପତି ସିକେ ଖାନା ପ୍ରଶାସନିକ ସମିତି ମୁଖ୍ୟ ବିନୋଦ ରାଏଙ୍କୁ ୫କୋଟି ଟଙ୍କାର ସହାୟତା ରାଶି ଦେବାକୁ ଅନୁ‌ରୋଧ କରିଛନ୍ତି।

ସମ୍ବନ୍ଧିତ ଖବର