ଫାଇନାଲ୍‌ରେ ରାମେଶ୍ୱର-ଜୁଭେନାଇଲ୍‌

ମହାରାଜା କପ୍‌ କ୍ରିକେଟ୍‌

ଭୁବନେଶ୍ୱର: ପାତ୍ରପଡ଼ା ପଡ଼ିଆରେ ଚାଲିଥିବା ତୃତୀୟ ମହାରାଜା କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ୍‌ ରବିବାର ପୁରୁଣା ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ ସହିତ କଟକ ଜୁଭେନାଇଲ୍‌ର ମୁକାବିଲା ହେବ। ବୁଧବାର ଦ୍ୱିତୀୟ ସେମିଫାଇନାଲ୍‌ରେ ରାମେଶ୍ୱର ନିଜ ସହର ଦଳ ପାରାମାଉଣ୍ଟ୍‌ ସ୍ପୋର୍ଟିଂକୁ ୧୫ ରନରେ ପରାସ୍ତ କରି ଫାଇନାଲ୍‌କୁ ଉନ୍ନୀତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ରାମେଶ୍ୱର ୩୫ ଓଭରରେ ୯ ଓ୍ଵିକେଟ୍‌ ହରାଇ ୨୫୨ ରନ୍‌ କରିଥିଲା। କୁନାଲ ମଲ୍ଲିକ (୭୧, ୬୫ ବଲ୍‌), ପ୍ରିୟବ୍ରତ ପ୍ରଧାନ (୫୦, ୩୨ ବଲ୍‌), ପରେଶ ପଟେଲ୍‌ (୩୮, ୩୨ ବଲ୍‌) ଏବଂ ବିଶ୍ୱିଜିତ୍‌ ଭୂୟାଁ (୩୬, ୩୧ ବଲ୍‌) ଭଲ ବ୍ୟାଟିଂ କରିଥିଲେ। ପ୍ରତିପକ୍ଷର ହିତେଶ ନାୟକ ୪୧ ବଲ୍‌ରେ ୩ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ପାରାମାଉଣ୍ଟ୍‌ ୩୪.୪ ଓଭରରେ ୨୩୭ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ମହମ୍ମଦ ଆଝାର୍‌ (୭୧, ୬୫ ବଲ୍‌) ଏକମାତ୍ର ଅର୍ଧଶତକ ହାସଲ କରିଥିଲେ। ରାମେଶ୍ୱର ପକ୍ଷରୁ ଲାଲୁ ମହାନ୍ତି (୪/୩୬), ଦୀପକ ମଙ୍ଗରାଜ (୨/୨୩) ଏବଂ ରାଜେଶ ମହାନ୍ତି (୨/୨୧) ଓ୍ଵିକେଟ ବାଣ୍ଟି ନେଇଥିଲେ। କୁନାଲ ମଲ୍ଲିକ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର