ନୂଆଦିଲ୍ଲୀ : ପାକିସ୍ତାନ ବିପକ୍ଷରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିଜର ପ୍ରଥମ ଶତକ ହାସଲ କରିଥିଲେ। ଏହା ପୂର୍ବରୁ ମଧ୍ୟ ସେ ପାକିସ୍ତାନ ଏ’ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ୨୦୦୪ରେ ଭାରତ ଏ’, ପାକିସ୍ତାନ ଏ’ ଏବଂ ଆୟୋଜକ କେନିଆକୁ ନେଇ ଆୟୋଜିିିତ ତ୍ରିକୋଣୀୟ ଶୃଙ୍ଖଳାରେ ଧୋନି ଦୁଇଟି ଶତକ ସହ ସର୍ବାଧିକ ରନ୍ ହାସଲକାରୀ ହୋଇଥିଲେ। ଏହି ଶୃଙ୍ଖଳାରେ କେବଳ ପାକିସ୍ତାନୀ ବୋଲରଙ୍କୁ କଷ୍ଟ ଦେଇନଥିଲେ। ଏହାଠୁ ବେଶୀ କଷ୍ଟ ସେ ପାକିସ୍ତାନର ଜଣେ କ୍ରିକେଟର୍ଙ୍କୁ ଦେଇଥିଲେ। ଏହି ପାକିସ୍ତାନୀ କ୍ରିକେଟର୍ ଜଣଙ୍କ ବାଉଣ୍ଡରି ନିକଟରେ କ୍ଷେତ୍ରରକ୍ଷଣ କରୁଥିଲେ। ଷ୍ଟାଡିୟମରେ ବସି ଖେଳ ଦେଖୁଥିବା ଜଣେ ଭାରତୀୟ ମହିଳାଙ୍କ ସହ ତାଙ୍କ ବନ୍ଧୁତା ବଢ଼ି ଯାଇଥିଲା। କ୍ଷେତ୍ରରକ୍ଷଣ ସମୟରେ ମଧ୍ୟ ଖେଳାଳି ଜଣଙ୍କ ସଂପୃକ୍ତ ମହିଳାଙ୍କ ସହ ରେସ୍ତୋରାଁ ଯିବା ପାଇଁ ତାରିଖ ମଧ୍ୟ ଧାର୍ଯ୍ୟ କରି କରିଥିଲେ। ଧୋନିଙ୍କ ଏକ ସଟ୍ ସେହି ମହିଳାଙ୍କ ମୁହଁରେ ବାଜିଥିଲା। ମହିଳା ଜଣଙ୍କ ଆହତ ହେବାରୁ ପାକିସ୍ତାନୀ କ୍ରିକେଟର୍ଙ୍କ ଯୋଜନା ବାତିଲ ହୋଇଯାଇଥିଲା।
ଧୋନିଙ୍କ ଛକା ପାକ୍ କ୍ରିକେଟର୍ଙ୍କ ‘ଡେଟ୍’ ବିଗାଡ଼ିଥିଲା
/sambad/media/post_attachments/wp-content/uploads/2020/08/Dhoni-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)