ବିଶ୍ୱକପ: ୫୨ ବଲ ଖେଳି ୨୮ ରନ କରିବାରୁ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହେଲେ ଧୋନି

ନୂଆଦିଲ୍ଲୀ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପ୍‌ ୨୦୧୯ରେ ଟିମ୍‌ ଇଣ୍ଡିଆ ଏଯାଏଁ ନିଜର ପ୍ରଭାବ ଦେଖାଇଛି। ମାତ୍ର ଶନିବାର ଆଫଗାନିସ୍ତାନ ବିପକ୍ଷରେ ନିଜର ପ୍ରତିଭା ଦେଖାଇ ପାରିନାହିଁ। ଆଫଗାନିସ୍ତାନ ଟିମ୍‌ ଇଣ୍ଡିଆକୁ ୫୦ ଓଭରରେ ୨୨୪ ରନ୍‌ରେ ଅଲ୍‌ଆଉଟ୍‌ କରିଦେଇଛି।

ବିରାଟ କୋହଲି ଏବଂ କେଦାର ଯାଦବଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ଆଫଗାନିସ୍ତାନ ବୋଲରଙ୍କ ଦ୍ୱାରା ବିପର୍ଯ୍ୟୟର ଶିକାର ହୋଇଛନ୍ତି। ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୫୨ଟି ବଲ ଖେଳି କେବଳ ୨୮ ରନ୍‌ କରି ପାଭଲିଅନ୍‌ ଫେରିଥିଲେ। ଧୋନି କମ ସ୍କୋର କରିଥିବାରୁ ସୋସିଆଲ ମିଡିଆରେ ପ୍ରଶଂସକ ସମାଲୋଚନା କରିଛନ୍ତି।

ଜଣେ ୟୁଜର ଚେତେଶ୍ୱର ପୂଜାରାଙ୍କର ଉଦାହରଣ ଦେଇ ଲେଖିଛନ୍ତି, ଯଦି ଧୋନି ଏଭଳି ଖେଳୁଛନ୍ତି, ଚେତେଶ୍ୱର ପୂଜାରା ଖେଳିଲେ କ’ଣ ଅସୁବିଧା ହେଉଛି। ଏହା ବ୍ୟତୀତ ଅନ୍ୟ ଜଣେ ୟୁଜର ମଧ୍ୟ ଧୋନିଙ୍କୁ ସମାଲୋଚନା କରିଛନ୍ତି। ଅନ୍ୟ ଜଣେ ୟୁଜର ଭାରତୀୟ ଖେଳାଳିଙ୍କ ବ୍ୟାଟିଂକୁ ଟାର୍ଗେଟ କରିଛନ୍ତି।

ସମ୍ବନ୍ଧିତ ଖବର