ରବିବାର ନବ ବିବାହିତ ଯୋଡ଼ି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଏକା ସାଙ୍ଗରେ ଭଲ ସମୟ କଟାଉଥିବାର ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଥିଲା । ଏବେ ପୁଣି ଜଣେ କ୍ରିକେଟର ନିଜ ପରିବାର ସହ ଆନନ୍ଦଦାୟକ ସମୟ ବିତାଉଥିବାର ଭିଡ଼ିଓ ଇନ୍‌ଷ୍ଟାଗ୍ରାମରେ ଭାଇରାଲ ହୋଇଛି । ପୂର୍ବତନ କ୍ୟାପ୍‌ଟେନ ମହେନ୍ଦ୍ର ସିଂ ଧୋନୀ ନିଜ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ନିଜ ପରିବାରକୁ ସମୟ ଦେଇଛନ୍ତି ।ସ୍ତ୍ରୀ ସାକ୍ଷୀ ଧୋନୀ ଏବଂ ଝିଅ ଜିବା ସହ ସେ କିଛି ଆନନ୍ଦଦାୟକ ମୁହୂର୍ତ୍ତ ବିତାଇବା ସହ ଏହାର ଏକ ଭିଡ଼ିଓ ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ଼ କରିଛନ୍ତି ।

Advertisment

Fun time with the family

A post shared by @ mahi7781 on

 ଏହି ୧ମିନିଟ୍‌ ଭିଡ଼ିଓରେ ତାଙ୍କ ପରିବାର ସମେତ ତାଙ୍କ କୁକୁର ଏବଂ ଘରର କିଛି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଏହି ଭିଡ଼ିଓ ସେୟାର କରାଯିବା ପରେ ପରେ ହିଁ ଏହାକୁ ୭୧୭,୦୫୧ ଲୋକ ଦେଖିଥିଲେ ବୋଲି ସୂଚନା ମିଳିଛି । ଯେଉଁଥିରୁ ଧୋନୀଙ୍କ ପ୍ରତି ତାଙ୍କ ପ୍ରଶଂସକମାନଙ୍କର ଭଲ ପାଇବା କେତେ ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ସୂଚନା ମୁତାବକ, ଧୋନୀ ଶ୍ରୀଲଙ୍କାରେ ଚାଲିଥିବା ନିଦହାସ ଟ୍ରଫି ପାଇଁ ଖେଳୁ ନ ଥିବା ବେଳେ ଏହି ସମୟକୁ ସେ ପରିବାର ସହ କାଟିବା ପାଇଁ ସ୍ଥିର କରିଛନ୍ତି।