ପୁଣି ଥରେ ଟ୍ରୋଲ୍‌ ହେଲେ ଧୋନୀ, ଲୋକ କରିଲେ ଏପରି ମଜାଦାର ଟ୍ଵିଟ୍‌ସ

ବର୍ମିଙ୍ଗହମ୍‌: ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ବିପକ୍ଷ ଇଂଲଣ୍ଡ ଦଳ ଠାରୁ ଟିମ୍‌-ଇଣ୍ଡିଆ ୩୧ ରନ୍‌ରେ ପରାସ୍ତ ହେବା ହେବାପରେ ମହିନ୍ଦର ସିଂ ଧୋନୀଙ୍କୁ ନେଇ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଲଗାତର ଅପରାଜେୟ ରହିଥିବା ଟିମ୍‌ ଇଣ୍ଡିଆର ପରାଜୟ ଲାଗି ଧୋନୀଙ୍କ ପ୍ରଶଂସକ ତାଙ୍କୁ ନା ଯେ କେବଳ ସୋସିଆଲ୍‌ ମିଡ଼ିଆରେରେ ମଧ୍ୟ ଟ୍ରୋଲ୍‌ କରିଦେଇଛନ୍ତି। ଏଥିସହିତ ଧୋନୀଙ୍କ ସ୍ଲୋ ବ୍ୟାଟିଂକୁ ନେଇ କିଛି ଲୋକ ମଜାଦାର ମିମ୍‌ସ ଶେୟାର୍‌ କରିବା ସହିତ ଟିମ୍‌ ଇଣ୍ଡିଆର ହାରିବାଠାରୁ ଆରମ୍ଭ କରି ପାକିସ୍ତାନ ଦଳ ସେମି-ଫାଇନାଲ୍‌ ଠାରୁ ଦୂରେଇଯିବା ପଛରେ ଧୋନୀଙ୍କର ହାତ ରହିଥିବା କହିଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ଧୋନୀଙ୍କ ପ୍ରଶଂସକ କରିଥିବା ଏପରି କିଛି କମେଣ୍ଟ୍‌ ବିଷୟରେ ସୂଚନା ଦେଉଛୁ। ଆସନ୍ତୁ ଜାଣିବା ଟ୍ଵିଟର୍‌ ବ୍ୟବହାରକାରୀ କରିଥିବା ମଜାଳିଆ ଟ୍ଵିଟ୍‌ସ ବିଷୟରେ?

navbharattimes.indiatimes.com

ତେବେ ଏହାକୁ ନେଇ ହରିଶ ସିଂ ନାମକ ଜଣେ ଟ୍ଵିଟର ବ୍ୟବହାରକାରୀ ମ୍ୟାଚ୍‌ ଜିତାଇବା ଉଦ୍ଦେଶ୍ୟରେ ଧୋନୀ ରହି ନ ଥିବା କହିଥିବା ବେଳେ ଏହାକୁ ନେଇ ସେ ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କ ଚିତ୍ରରେ ‘ହେ ପ୍ରଭୁ ଏ କିପରି ଅସ୍ତ୍ର’ବୋଲି ମଜାଳିଆ କମେଣ୍ଟ୍‌ କରିଥିଲେ। ଏଥିସହିତ ପାକିସ୍ତାନର କ୍ରିଷ୍ଣା ନାମ୍ନୀ ଟ୍ଵିଟର ବ୍ୟବହାରକାରୀ ଧୋନୀ ଶେଷ ଓଭର୍‌ରେ ଛକା ମାରୁଥିବା ବେଳେ କାହିଁକି ପୂର୍ବରୁ ମାରୁ ନ ଥିଲେ ବୋଲି ପ୍ରଶ୍ନ କରିଛନ୍ତି। ତେବେ ଏହାକୁ ନେଇ ହନି ନାମକ ଟ୍ଵିଟର ୟୁଜର୍ସ ଧୋନୀ କାହିଁକି ବ୍ୟାଟିଂ କରିବାକୁ ଆସିଥିଲେ ବୋଲି ବ୍ୟଙ୍ଗ ମଧ୍ୟ କରିଛନ୍ତି। ଏଥିସହିତ ଭାଇପର୍‌ ଟିଏମ୍‌ର ଟ୍ଵିଟ୍‌ର ପେଜ୍‌ରେ ଧୋନୀ ‘ଚେସିଙ୍ଗ୍‌ ଆଣ୍ଡ ଫିନିସିଙ୍ଗ୍‌ ଦ ଗେମ୍‌’ ବୋଲି ତାଙ୍କର କମେଣ୍ଟ୍‌ ଲେଖିଛନ୍ତି।

navbharattimes.indiatimes.com
ସମ୍ବନ୍ଧିତ ଖବର