ଗଣମାଧ୍ୟମ ପ୍ରତିନିଧିଙ୍କୁ ଅପମାନିତ କଲେ ସାମିଙ୍କ ପତ୍ନୀ ହାସିନା, ଭାଙ୍ଗିଲେ କ୍ୟାମେରା

ନୂଆଦିଲ୍ଲୀ: କ୍ରିକେଟ୍‌ ତାରକା ମହମ୍ମଦ ସାମିଙ୍କ ପତ୍ନୀ ହାସିନା ଜାହାଁ ମଙ୍ଗଳବାର ନିଜ ରାଗ ଉପରୁ ଆୟତ୍ତ ହରାଇ କୋଲକାତାଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ହାସିନାଙ୍କୁ କୋଲାକାତାର ସେଣ୍ଟ୍‌ ସେବାଷ୍ଟିଆନ୍‌ ସ୍କୁଲ୍‌ ସମ୍ମୁଖରେ ଦେଖିବା ପରେ କିଛି ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଘେରି ଯାଇଥିଲେ। ପ୍ରତିନିଧିମାନେ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରିବାରୁ ହାସିନା ରାଗି ଯାଇ ଚିତ୍କାର କରିବା ସହ ସେମାନଙ୍କ କ୍ୟାମେରା ଭାଙ୍ଗି ଏକ ନାଲି ରଂଗର କାର୍‌ରେ ବସି ଚାଲି ଯାଇଥିଲେ।

ସେ ସମୟରେ ହାସିନା ଖୁବ୍‌ ଖୁଃଖରେ ଥିବା ଭଳି ଭିଡିଓଟିରେ ଦେଖିବାକୁ ମିଳିଛି। ସେ କହାକୁ ଖୁବ୍‌ ଜୋର୍‌ ଗାଳି କରୁଛନ୍ତି। ମାତ୍ର ତାଙ୍କ କଣ୍ଠସ୍ୱର ଅସ୍ପଷ୍ଟ ଥିବାରୁ କିଛି ଭାଷା ବୁଝି ହେଉନାହିଁ। ଭିଡିଓଟିରେ ଆହୁରି ବି ଦେଖିବାକୁ ମିଳୁଛି ଯେ ଜଣେ ଗଣମାଧ୍ୟମ ପ୍ରତିନିଧି ଭଙ୍ଗାରୁଜା ସରଞ୍ଜାମ ଧରି ଛିଡ଼ା ହୋଇଛନ୍ତି। ସେ ସାମାନ୍ୟ କ୍ଷତାକ୍ତ ହେବାର ବି ଦେଖିବାକୁ ମିଳୁଛନ୍ତି। 

ଉଲ୍ଲେଖଯୋଗ୍ୟ, ସ୍ୱାମୀ ସାମିଙ୍କ ନାମରେ ଅନୈତିକ ସଂପର୍କ ଅଭିଯୋଗ ଆଣିବା ପରେ ହାସିନାଙ୍କୁ ଏବେ ଗଣମାଧ୍ୟମ ପ୍ରତିନିଧି ଅଧିକାଂଶ ସମୟରେ ବ୍ୟସ୍ତ କରି ପକାଉଛନ୍ତି। ହାସନାଙ୍କ ଭିନ୍ନ ଭିନ୍ନ ବୟାନ ଘଟଣାର ମୋଡ଼ ବଦଳାଉଛି। କାଳେ ସେ ସ୍ୱାମୀଙ୍କ ସଂପର୍କରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ କଥା ଗଣମାଧ୍ୟମରେ କହି ଦେବେ ବୋଲି ଆଶାରେ ପ୍ରତିନିଧିମାନେ ସକାଳୁ ତାଙ୍କୁ ଅପେକ୍ଷା କରିଥିଲେ। ମାତ୍ର ହାସିନା ନିଜର ରାଗ ଦେଖାଇବାକୁ ଏପରି ପରିସ୍ଥିତି ଉପୁଜିଛି।

ସମ୍ବନ୍ଧିତ ଖବର