ମେଜର ଧ୍ୟାନଚାନ୍ଦ ସ୍ମାରକୀ ସର୍ବଭାରତୀୟ ମହିଳା ହକି ୩ରୁ

ଭୁବନେଶ୍ୱର: ମେଜର ଧ୍ୟାନଚାନ୍ଦ ସ୍ମାରକୀ ସର୍ବଭାରତୀୟ ମହିଳା ହକି ପ୍ରତିଯୋଗିତାର ତୃତୀୟ ସଂସ୍କରଣ ଆସନ୍ତା ଜାନୁଆରି ୩ରୁ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ହକି ଇଣ୍ଡିଆ ଓ ହକି ଓଡ଼ିଶାର ପୂର୍ଣ୍ଣ ସମର୍ଥନରେ ଏହି ପ୍ରତିଯୋଗିତା ରାଉରକେଲା ସେକ୍ଟର-୫ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଟର୍ଫ ପଡ଼ିଆରେ ଖେଳାଯିବାକୁ ଥିବା ମ୍ୟାଚ୍‌ଗୁଡ଼ିକରେ କୋକାବୁରା ବଲ୍‌ ବ୍ୟବହାର ହେବ। ଏଥିରେ ୮ ଦଳ (ପାନପୋଷ କ୍ରୀଡ଼ା ଛାତ୍ରାବାସ, ରାଉରାକେଲା, ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ, ଷ୍ଟିଲ୍‌ ପ୍ଲାଣ୍ଟ୍‌ ଷ୍ଟିଲ୍‌ ବୋର୍ଡ, ଉତ୍ତର-କେନ୍ଦ୍ର ରେଳବାଇ, ଆହ୍ଲାବାଦ୍‌, ଉତ୍ତର-ପୂର୍ବ ରେଳବାଇ, ଗୋରଖପୁର, ୟୁକୋ ବ୍ୟାଙ୍କ୍‌, ଚଣ୍ଡୀଗଡ଼, ହକି ଏକାଡେମି, ନାଗପୁର ଓ ଧାନବାଦ ରେଳବାଇ, ବୋକାରୋ) ପ୍ରତିଦ୍ୱନ୍ଦ୍ୱିତା କରିବେ। ପ୍ରାୟ ୧୭ ଆନ୍ତର୍ଜାତିକ ତାରକାଙ୍କୁ ୮ ଦଳରେ ଦେଖିବାକୁ ମିଳିବ। ପ୍ରତିଯୋଗିତାକୁ ୫ ଆନ୍ତର୍ଜାତିକ ରେଫରିଙ୍କ ସହ ମୋଟ ୧୦ ଜଣ ପରିଚାଳନା କରିବେ। ଓଡ଼ିଆ ଝିଅ ତଥା ମହିଳା ହକି ଅଲିମ୍ପିଆନ୍‌ ଲିଲିମା ମିଞ୍ଜ୍‌ ପ୍ରତିଯୋଗିତାର ଖେଳ ଦୂତ ରହିଛନ୍ତି। ଡ. କୃଷ୍ଣେଶୁ ସୋଭନ୍‌ ପ୍ରତିଯୋଗିତା ପାଇଁ ଫିଜିଓଥେରାପି ଭାବେ ନିଯୁକ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର