ମେଜର ସନ୍ଦୀପ ମହାପାତ୍ର ସ୍ମାରକୀ ଟେନିସ୍ ଉଦ୍‌ଘାଟିତ

ଭୁବନେଶ୍ବର: ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗୁରୁକୁଳ ରିସର୍ଟରେ ବୁଧବାରଠାରୁ ଆରମ୍ଭ ହୋଇଛି ମେଜର ସନ୍ଦୀପ ମହାପାତ୍ର ସ୍ମାରକୀ ଟେନିସ୍ ପ୍ରତିଯୋଗିତା। ପ୍ରଥମ ଦିନ ପୁରୁଷ ଏକକ ବର୍ଗରେ କୁମାର ଅନୁରାଗ ସରଣ ୯-୦ରେ କେଏନ୍‌ ଭେଙ୍କଟେଶଙ୍କୁ, ଅଭିଳାଶ ମିଶ୍ର ୯-୪ରେ ସତ୍ୟଜିତ ଦାସଙ୍କୁ, ସତୀର୍ଥ ପଟ୍ଟନାୟକ ୯-୪ରେ କମଲେଶ ରଥଙ୍କୁ, ଷ୍ଟିଭେନ ଅଙ୍କିତ ଏକ୍କା ୯-୦ରେ ସିଦ୍ଧାର୍ଥ ସାଗର ଦାସଙ୍କୁ, ସନ୍ତୋଷ କୁମାର ମଲ୍ଲିକ ୯-୦ରେ ସିଦ୍ଧାର୍ଥ ପଟ୍ଟନାୟକଙ୍କୁ, ମେଧିର ଗୋୟଲ ୯-୧ରେ ଦେବାଶିଷ ପାଣ୍ଡବଙ୍କୁ, ପ୍ରତ୍ୟୁଷ ମହାନ୍ତି ୯-୧ରେ ସୌମ୍ୟରଞ୍ଜନ ସାମନ୍ତରାୟଙ୍କୁ, ପ୍ରଣେଶ ସାହୁ ୯-୮ରେ ବଳଭଦ୍ର ବେହେରାଙ୍କୁ, ଆଦିତ୍ୟ ଶତପଥୀ ୯-୦ରେ ବିପୁଲ ସାହୁଙ୍କୁ, ଆଶିଷ କୁମାର ପରିଡ଼ା ୯-୦ରେ ବିରଞ୍ଚି ବେହେରାଙ୍କୁ, ବିବେକ ମହାନନ୍ଦ ୯-୧ରେ କୃଷ୍ଣ ଚନ୍ଦ୍ର ବେହେରାଙ୍କୁ ହରାଇ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଆଦିତ୍ୟ ମହାପାତ୍ର ଓ ଗୋବିନ୍ଦ ବିଶ୍ବାସ ୱାକ୍‌ ଓଭର ପାଇ ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଯୁଗଳରେ କବୀର ହଂସ-ପ୍ରତ୍ୟୁଷ ମହାନ୍ତି, ସତୀର୍ଥ ପଟ୍ଟନାୟକ-ଦେବାଶିଷ ସାହୁ, ଅଭିଳାଶ ମିଶ୍ର-ଲଲାଟେନ୍ଦୁ ବର୍ମା, କୁମାର ଅନୁରାଗ ସରଣ-ଆଦିତ୍ୟ ଶତପଥୀ, ସନ୍ତୋଷ ମଲ୍ଲିକ-ଅର୍ଜୁନ ସାହୁ ଏବଂ ଚିନ୍ମୟ ପ୍ରଧାନ-ଅଜୟ ନିଶଙ୍କ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ଜେ ମହାପାତ୍ର (ମେଜର ସନ୍ଦୀପ ମହାପାତ୍ରଙ୍କ ପିତା) ଓ ଖୋର୍ଦ୍ଧା ଜିଲ୍ଲା ଟେନିସ୍ ସଂଘ ସମ୍ପାଦକ ଅସିତ ପ୍ରଧାନ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର