ମୁମ୍ବାଇ: ପ୍ରଥମ ଥର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଖେଳିବା ଲକ୍ଷ୍ୟ ରଖିଥିବା ଜାସନ ବେହରେନ୍ଡଫ୍ଙ୍କ ଆଶା ମଉଳି ଯାଇଛି। ମୁମ୍ବାଇ ଇଣ୍ଡିଆନ୍ସରେ ରହିଥିବା ଏହି ଅଷ୍ଟ୍ରେଲୀୟ ବାମହାତୀ ଦ୍ରୁତ ବୋଲର ଆଘାତ ଜନିତ ସମସ୍ୟା ଯୋଗୁଁ ଦଳରୁ ବାଦ୍ ପଡ଼ିଛନ୍ତି। ତାଙ୍କ ବଦଳ ଖେଳାଳି ଭାବେ ରବିବାର ମୁମ୍ବାଇ ଇଣ୍ଡିଅନ୍ସ ନ୍ୟୁଜିଲାଣ୍ଡ୍ର ବାମହାତୀ ଦ୍ରୁତ ବୋଲର ମିଚେଲ୍ ମ୍ୟାକ୍କ୍ଲିନାଘନଙ୍କୁ ନିଜ ଦଳରେ ସାମିଲ କରିଛି। ବେହରେନ୍ଡଫ୍ଙ୍କୁ ମୁମ୍ବାଇ ୧.୫ କୋଟି ଟଙ୍କାରେ କିଣିଥିଲା ବେଳେ ଏବେ ବଦଳ ଖେଳାଳି ଭାବେ ମ୍ୟାକ୍କ୍ଲିନାଘନଙ୍କୁ ୧ କୋଟି ଟଙ୍କା ଦେବ। ତେବେ ଗତ ବର୍ଷ ଆଇପିଏଲ୍ରେ ଖେଳିଥିବା ମ୍ୟାକ୍କ୍ଲିନାଘନଙ୍କୁ ଚଳିତ ବର୍ଷ ନିଲାମରେ କେହି କିଣି ନଥିଲେ। ସେ ୪୦ ଆଇପିଏଲ୍ ମ୍ୟାଚ୍ ଖେଳି ୧୭.୧୫ ହାରରେ ୫୪ ଓ୍ଵିକେଟ୍ ନେଇଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସରେ ମ୍ୟାକ୍କ୍ଲିନାଘନ
/sambad/media/post_attachments/wp-content/uploads/2018/03/1-McClenaghan.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)