ମକ୍ରାନ୍‌ କପ୍‌ ମୁଷ୍ଟିଯୁଦ୍ଧ: ଆଉ ୩ ଭାରତୀୟ ସେମିରେ

ନୂଆଦିଲ୍ଲୀ: ଇରାନ୍‌ର ଚାବହର୍‌ରେ ଚାଲିଥିବା ମକ୍ରାନ୍‌ କପ୍‌ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ୩ ଭାରତୀୟ ସେମିଫାଇନାଲ୍‌ ପ୍ରବେଶ କରିଛନ୍ତି। ଶନିବାର ୫ ଭାରତୀୟ ସେମିଫାଇନାଲ୍‌ ପହଞ୍ଚି ପଦକ ପକ୍କା କରିଥିଲା ବେଳେ ରବିବାର ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜେତା ମନୀଷ କୌଶିକ୍‌ (୬୦ କେଜି), ପୂର୍ବତନ ଜାତୀୟ ବିଜେତା ଦୁର୍ଯ୍ୟୋଧନ ସିଂହ ନେଗି (୬୯ କେଜି) ଏବଂ ରୋହିତ ଟୋକାସ୍‌ (୬୪ କେଜି) ସେମିଫାଇନାଲ୍‌ ପ୍ରବେଶ କରିଛନ୍ତି। ଫଳରେ ମୋଟ ୮ ଭାରତୀୟ ପଦକ ନିଶ୍ଚିତ କରିଲେ। କ୍ବାର୍ଟର ଫାଇନାଲ୍‌ରେ ମନୀଷ ୫-୦ରେ ସାଲାର ମୌମିଭାନ୍ଦଙ୍କୁ, ନେଗି କାମ୍‌ୟାବ୍‌ ମୋରାଦିଙ୍କୁ ଏବଂ ଟୋକାସ୍‌ ୫-୦ରେ ତୁର୍କମେନିସ୍ତାନର ତୁଗ୍ରିବାଗ୍‌ଙ୍କୁ ପରାସ୍ତ କରିଥିଲେ। ତେବେ ଏକମାତ୍ର ଭାରତୀୟ ଭାବେ ମନୀଷ ପାୱାର (୮୧ କେଜି) କ୍ବାର୍ଟର ଫାଇନାଲ୍‌‌ରେ କିଭାନ୍‌ ସଫାରିଙ୍କଠାରୁ ୦-୫ରେ ହାରି ଯାଇଥିଲେ।

ସମ୍ବନ୍ଧିତ ଖବର