ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ଗୁଣ୍ଟୁରସ୍ଥିତ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟଠାରେ ଗୁରୁବାର ଉଦ୍ଯାପିତ ସର୍ବଭାରତୀୟ ବେମାରସିକ ସେବା ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ପ୍ରତିଯୋଗୀଙ୍କୁ ୩ ପଦକ ମିଳିଛି। ଅଭିଜ୍ଞ ହାମରଥ୍ରୋୟର ମଳୟ ରଂଜନ ପତି ୪୮.୦୦ ମିଟର୍ ଦୂରତ୍ୱକୁ ଫିଙ୍ଗି ନିଜ ଖେଳ ଜୀବନର ସପ୍ତମ ପଦକ ହାସଲ କରିଛନ୍ତି। ଏହା ମଧ୍ୟରେ ୫ ସ୍ୱର୍ଣ୍ଣ ଏବଂ ୨ ରୌପ୍ୟ ପଦକ ରହିଛି। ଅନ୍ୟପକ୍ଷରେ ୧୧୦ ମିଟର୍ ପୁରୁଷ ବାଧାଦୌଡ଼ରେ ଧର୍ମେନ୍ଦର ମହନ୍ତ ୧୬.୧୪ ସେକେଣ୍ଡ୍ ସମୟ ସହିତ ରୌପ୍ୟ ପଦକ ହାସଲ କରିଥିଲେ। ସେହିଭଳି ରୂପଶ୍ରୀ ପୋଥାଳ ୧୦୦ ମିଟର୍ ମହିଳା ବାଧାଦୌଡ଼ରେ ୧୭.୫୬ ସେକେଣ୍ଡ୍ ସମୟ ସହିତ କାଂସ୍ୟ ପଦକ ଜିତିଥିଲେ। ଏହି ୩ କ୍ରୀଡ଼ାବିତ୍ ଓଡ଼ିଶା ଡାକମଣ୍ଡଳରେ କାର୍ଯ୍ୟରତ ଅଛନ୍ତି।
ଓଡ଼ିଶାକୁ ୩ ପଦକ: ମଳୟଙ୍କୁ ସ୍ୱର୍ଣ୍ଣ
ସର୍ବଭାରତୀୟ ବେସାମରିକ ଦୌଡ଼କୁଦ
/sambad/media/post_attachments/wp-content/uploads/2018/02/112-Civil-Service-athletics.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)