କୁଆଲାଲୁମ୍ପୁର: ଭାରତୀୟ ତାରକା ଏଚ୍‌ଏସ୍‌ ପ୍ରଣୟ ଏଠାରେ ବୁଧବାରଠୁ ଆରମ୍ଭ ହୋଇଥିବା ମାଲେସିଆ ମାଷ୍ଟର୍ସ ବ୍ୟଡ୍‌ମିଣ୍ଟନ ପ୍ରତିଯୋଗିତାରେ ବିଶ୍ବର ୬ ନମ୍ବର ଟିନ୍‌ ଚେନ୍‌ ଚୌଙ୍କୁ ହରାଇ ଦେଇଛନ୍ତି। ପୁରୁଷ ଏକକ ମୁକାବିଲାରେ ବିଶ୍ବର ୯ ନମ୍ବର ପ୍ରଣୟ ୧୬-୨୧, ୨୧-୧୪, ୨୧-୧୩ରେ ଚାଇନିଜ୍‌ ତାଇପେର ଚୌଙ୍କୁ ହରାଇ ପ୍ରିକ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ପ୍ରିକ୍ବାର୍ଟରଫାଇନାଲ୍‌ରେ ସେ ଚୀନ୍‌ର ସି ଫେଙ୍ଗ ଲିଙ୍କୁ ଭେଟିବେ। ସେହିଭଳି ମହିଳା ତାରକା ପିଭି ସିନ୍ଧୁ ମଧ୍ୟ ନିଜ ପ୍ରଥମ ରାଉଣ୍ଡ ମ୍ୟାଚ୍‌ ଜିତି ଆଗକୁ ବଢ଼ିଛନ୍ତି।

Advertisment

ଷଷ୍ଠ ମାନ୍ୟତାପ୍ରାପ୍ତ ସିନ୍ଧୁ ୨୧-୧୩, ୧୭-୨୧, ୨୧-୧୮ରେ ଡେନ୍‌ମାର୍କର ଲିନ୍‌ ଖ୍ରିଷ୍ଟୋଫରସେନ୍‌ଙ୍କୁ ପରାସ୍ତ କରିଥିଲେ। ଏହି ଦୁଇ ଅଲିମ୍ପିକ୍‌ ପଦକ ବିଜୟିନୀ ପ୍ରିକ୍ବାର୍ଟରଫାଇନାଲ୍‌ରେ ଜାପାନର ଆୟା ଓହୋରିଙ୍କୁ ଭେଟିବେ। ଅନ୍ୟଭାରତୀୟ ଖେଳାଳି କିଦାମ୍ବି ଶ୍ରୀକାନ୍ତ ଓ ଲକ୍ଷ୍ୟ ସେନ୍‌ ମଧ୍ୟ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ଶ୍ରୀକାନ୍ତ ୨୧-୧୨, ୨୧-୧୬ରେ ଫ୍ରାନ୍ସର ତୋମା ଜୁନିଅର ପୋପୋଭଙ୍କୁ ଏବଂ ଲକ୍ଷ୍ୟ ୨୧-୧୦, ୧୬-୨୧, ୨୧-୯ରେ ସିଙ୍ଗାପୁରର କିନ୍‌ ୟିଉ ଲୋଙ୍କୁ ହରାଇ ଦେଇଛନ୍ତି। ତେବେ ମହିଳା ଏକକ ପ୍ରଥମ ରାଉଣ୍ଡରୁ ଅସ୍ମିତା ଚାଲିହା, ଅର୍କଶୀ କାଶ୍ୟପ ଓ ମାଳବିକା ବଂଶୁଦଙ୍କ ଅଭିଯାନ ଶେଷ ହୋଇଛି।