କୁଆଲାଲୁମ୍ପୁର (ମାଲେସିଆ) : ଦୁଇ ଥର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ଏବଂ ଏଚ୍ଏସ୍ ପ୍ରଣୟ ଏଠାରେ ଚାଲିଥିବା ମାଲେସିଆ ଓପନ ସୁପର ୭୫୦ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍ରୁ ବିଦାୟ ନେଇଛନ୍ତି। ଶୁକ୍ରବାର ମହିଳା ଏକକ କ୍ବାର୍ଟର ଫାଇନାଲ୍ରେ ବିଶ୍ବ ମାନ୍ୟତାର ସପ୍ତମ ସିନ୍ଧୁ ୨୧-୧୩, ୧୫-୨୧, ୧୩-୨୧ରେ ଚାଇନିଜ୍ ତାଇପେର ତାଇ ଟିଜୁ ୟିଙ୍ଗଙ୍କଠୁ ପରାସ୍ତ ହୋଇଥିଲେ। ସେହିପରି ପୁରୁଷ ଏକକରେ ବିଶ୍ବର ୨୧ ନମ୍ବର ପ୍ରଣୟ ୧୮-୨୧ ଓ ୧୬-୨୧ରେ ବିଶ୍ବର ୮ ନମ୍ବର ଜୋନାତନ କ୍ରିଷ୍ଟିଙ୍କଠୁ ହାରି ଯାଇଥିଲେ। ଏହି ଦୁଇ ଜଣଙ୍କ ବିଦାୟ ପରେ ଚଳିତ ମାଲେସିଆ ଓପନ୍ରେ ଭାରତର ଅଭିଯାନ ମଧ୍ୟ ଶେଷ ହୋଇଯାଇଛି।
ମାଲେସିଆ ଓପନ୍: ସିନ୍ଧୁ ଓ ପ୍ରଣୟ ବିଦା
/sambad/media/post_attachments/wp-content/uploads/2022/07/malesia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)