କୁଆଲାଲୁମ୍ପୁର (ମାଲେସିଆ): ପିଭି ସିନ୍ଧୁ ଏବଂ ପରୁପଲ୍ଲୀ କାଶ୍ୟପ ମାଲେସିଆ ଓପନ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ବେଳେ ସାଇନା ନେହ୍ବାଲ କିନ୍ତୁ ଆରମ୍ଭରୁ ବିଦାୟ ନେଇଛନ୍ତି। ମହିଳା ଏକକ ପ୍ରଥମ ରାଉଣ୍ଡ ମୁକାବିଲାରେ ସିନ୍ଧୁ ବିଶ୍ବ ମାନ୍ୟତାର ଦଶମ ଥାଇଲାଣ୍ଡ୍ ପ୍ରତିଦ୍ବନ୍ଦ୍ବୀ ପୋର୍ନପାୱି ଚୋଚୁୱଙ୍ଗ୍ଙ୍କୁ ୨୧-୧୩, ୨୧-୧୭ରେ ପରାସ୍ତ କରିଥିଲା ବେଳେ ସାଇନା ପ୍ରଥମ ରାଉଣ୍ଡରେ ଆମେରିକାର ଈରିସ୍ ୱାଙ୍ଗ୍ଙ୍କଠାରୁ ୧୧-୨୧ ଓ ୧୭-୨୧ରେ ହାରିଯାଇଛନ୍ତି। କିନ୍ତୁ ପୁରୁଷ ଏକକ ପ୍ରଥମ ରାଉଣ୍ଡରେ କାଶ୍ୟପ ୨୧-୧୨ ଓ ୨୧-୧୭ରେ କୋରିଆର ହିଓ କ୍ବାଙ୍ଗ୍ଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି।
ମାଲେସିଆ ଓପନ୍: ସିନ୍ଧୁ, କାଶ୍ୟପ ଆଗେଇଲେ; ସାଇନା ବିଦା
/sambad/media/post_attachments/wp-content/uploads/2022/04/sindhu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)