ମାଲେସିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ସିନ୍ଧୁ, ଶ୍ରୀକାନ୍ତ ଆଗେଇଲେ

କୁଆଲାଲୁମ୍ପୁର: ସାଇନା ନେହ୍ଵାଲଙ୍କ ପରେ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁ ଏବଂ କିଦାମ୍ବି ଶ୍ରୀକାନ୍ତ ୭୦୦,୦୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ମାଲେସିଆ ଓପନ୍‌ ପ୍ରତିଯୋଗିତାର ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ବୁଧବାର ମହିଳା ଏକକ ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ଅଲିମ୍ପିକ୍‌ ରୌପ୍ୟ ବିଜୟିନୀ ସିନ୍ଧୁ ୨୬-୨୪, ୨୧-୧୫ରେ ଜାପାନର ଆୟା ଓହରିଙ୍କୁ ହରାଇ ଦେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ସେ ମାଲେସିଆର ଲି ୟିଙ୍ଗ୍‌ ୟିଙ୍ଗ୍‌ଙ୍କୁ ଭେଟିବେ। ସେହିପରି ପୁରୁଷ ଏକକରେ ପୂର୍ବତନ ଶୀର୍ଷ ମାନ୍ୟତା ଶ୍ରୀକାନ୍ତ ୨୧-୧୮, ୨୧-୯ରେ ଡେନ୍‌ମାର୍କର ଜାନ୍‌ ଓ’ଜୁର୍ଗେନ୍‌ସେନ୍‌ଙ୍କୁ ମାତ୍‌ ଦେଇଥିଲେ। ପରବର୍ତୀ ପର୍ଯ୍ୟାୟରେ ଶ୍ରୀକାନ୍ତଙ୍କ ଭେଟ ଚାଇନିଜ୍‌ ତାଇପେର ଓ୍ଵାଙ୍ଗ୍‌ ତିଜୁ-େଓ୍ଵଇଙ୍କ ସହ ହେବ। ଅନ୍ୟପକ୍ଷରେ ପୁରୁଷ ଯୁଗଳରେ ଭାରତୀୟ ଯୋଡ଼ି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଠୀ ୧୬-୨୧, ୧୫-୨୧ରେ ଜାପାନ୍‌ର ତାକୁତୋ ଇନ୍‌ଉଇ ଓ ୟୁକି କାନେଉକୋଙ୍କଠୁ ହାରି ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର