ସେମିଫାଇନାଲ ଫାଇଟ ପୂର୍ବରୁ ପାକିସ୍ତାନକୁ ବଡ ଝଟକା

ନୂଆଦିଲ୍ଲୀ: ସୁପର-୧୨ ପର୍ଯ୍ୟାୟରେ ଅପରାଜୟ ଥିବା ପାକିସ୍ତାନ ଆଜି ସେମିଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆକୁ ଭେଟିବ । ତେବେ ସେମିଫାଇନାଲ ଫାଇଟ ପୂର୍ବରୁ ପାକିସ୍ତାନକୁ ବଡ ଝଟକା ଲାଗିଛି । କାରଣ ଦଳର ୨ ଷ୍ଟାର ବ୍ୟାଟର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ର୍ପୂବରୁ ଅସୁସ୍ଥ ଥିବା ସୂଚନା ମିଳିଛି । ପାକିସ୍ତାନର ବିସ୍ଫୋରକ ବ୍ୟାଟର ମହମ୍ମଦ ରିଜୱାନ ଓ ଷ୍ଟାର ଅଲରାଉଣ୍ଡର ସୋଏବ ମଲ୍ଲିକ ଅସୁସ୍ଥ ଥିବା କୁହାଯାଉଛି । ଯେଉଁଥିପାଇଁ ଉଭୟଙ୍କୁ ଟ୍ରେନିଂ ସେସନରେ ଦେଖିବାକୁ ମିଳି ନଥିଲା ବୋଲି ଚର୍ଚ୍ଚା ହେଉଛି ।

ମିଳିଥିବା ସୂଚନା ମୁତାବକ, ଉଭୟଙ୍କୁ ମ୍ୟାଚ୍ ପୂର୍ବରୁ ଫ୍ଲୁ ହୋଇଥିବା କୁହାଯାଉଛି । ଆଉ ଏହାପରେ ଉଭୟଙ୍କର କୋଭିଡ ପରୀକ୍ଷା ମଧ୍ୟ କରାଯାଇଛି । ତେବେ ରିପୋର୍ଟ ନେଗେଟିଭ ଆସିବା ପାକିସ୍ତାନ କ୍ରିକେଟପ୍ରେମୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତ କରିଛି । ଅଷ୍ଟ୍ରେଲିଆ ବିପକ୍ଷ ହାଇଭୋଲଟେଜ ମୁକାବିଲା ପୂର୍ବରୁ ଉଭୟ ଖେଳାଳି ସୁସ୍ଥ ହୋଇଯିବେ ବୋଲି ପ୍ରଂଶସକ ଆଶା ବାନ୍ଧି ବସିଛନ୍ତି । ଗତକାଲି ସକାଳୁ ଉଭୟ ଖେଳାଳି ଟିକିଏ ଅସୁସ୍ଥ ହୋଇପଡିଥିଲେ । ଯେଉଁଥିପାଇଁ ଉଭୟଙ୍କୁ ବିଳମ୍ବରେ ଟ୍ରେନିଂ ସେସନକୁ ଆସିବାକୁ କୁହାଯାଇଥିଲା । କିନ୍ତୁ ଏହାପରେ ଉଭୟଙ୍କୁ ଟ୍ରେନିଂ ସେସନରେ ଆଦୌ ଦେଖିବାକୁ ମିଳିନଥିଲା ।

ସୁପର-୧୨ ପର୍ଯ୍ୟାୟରେ ପାକିସ୍ତାନ ଅପରାଜେୟ ରହିଛି । ଆଉ ଏଥିରେ ରିଜୱାନ ଓ ମଲ୍ଲିକଙ୍କର ବଡ ଯୋଗଦାନ ରହିଛି । ରିଜୱାନ ପ୍ରଥମରୁ ଆକ୍ରମଣାତ୍ମକ ବ୍ୟାଟିଂ କରି ପାକିସ୍ତାନ ପାଇଁ ଭଲ ଆରମ୍ଭ ଦେଉଥିବା ବେଳେ ମିଡିଲ ଅର୍ଡରରେ ସୋଏବ ମଲ୍ଲିକ ବିସ୍ଫୋରକ ଇନିଂସ ଖେଳି ପାକିସ୍ତାନକୁ ବଡ ବିଜୟ ଭେଟି ଦେଇଥିଲେ । ଖାସକରି ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ବିପକ୍ଷରେ ଦଳ ଯେଉଁ ବିଜୟ ହାସଲ କରିଥିଲା ତାହାର ହିରୋ ଥିଲେ ସୋଏବ ମଲ୍ଲିକ ।

ସମ୍ବନ୍ଧିତ ଖବର