ଲଣ୍ଡନ: ଭାରତ ବିପକ୍ଷ ମହତ୍ବପୂର୍ଣ୍ଣ ମ୍ୟାଚ୍ ପୂର୍ବ ଦିନ ମାଞ୍ଚେଷ୍ଟରର ଶିଶା କ୍ୟାଫେରେ ‘ବର୍ଗର ଭୋଜି’ କରିବା ନେଇ ପାକିସ୍ତାନ ପ୍ରଶଂସକଙ୍କ କଟାକ୍ଷର ସମ୍ମୁଖୀନ ହୋଇଥିବା ପୁରୁଖା ଅଲରାଉଣ୍ଡର ସୋଏବ ମଲ୍ଲିକ ମୁହଁ ଖୋଲିଛନ୍ତି। କେବଳ ମୁହଁ ଖୋଲି ନାହାନ୍ତି ପାକିସ୍ତାନ ଗଣମାଧ୍ୟମକୁ କଡ଼ା ଶବ୍ଦରେ ଭର୍ତ୍ସନା ବି କରିଛନ୍ତି। ତାଙ୍କ ବିଶ୍ବସନୀୟତା ନେଇ ପ୍ରଶ୍ନ ଉଠାଉଥିବା ପାକ୍ କ୍ରିକେଟ୍ ପ୍ରେମୀଙ୍କୁ ବି ପାଲଟା ଜବାବ ଦେଇଛନ୍ତି। ସେହିଭଳି ଏହି ବିବାଦ ଭିତରକୁ ତାଙ୍କ ପରିବାରକୁ ନଟାଣିବାକୁ ଅନୁରୋଧ କରିଛନ୍ତି। ମଲ୍ଲିକ ଟ୍ବିଟ୍ କରିଛନ୍ତି ପାକିସ୍ତାନ ଗଣମାଧ୍ୟମକୁ କେବେ ଆମ ଦେଶର ଅଦାଲତ ସେମାନଙ୍କ କାର୍ଯ୍ୟ ପାଇଁ ଉତ୍ତରଦାୟୀ କରିବେ। ସେମାନଙ୍କର କୌଣସି ବିଶ୍ବସନୀୟତା ନାହିଁ। ଅନ୍ତର୍ଜାତୀୟ କ୍ରିକେଟ୍ରେ ୨୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ମୋ ଦେଶର ସେବା କରିବା ପରେ ଦୁଃଖର କଥା ଯେ ମୋ ବ୍ୟକ୍ତିଗତ ଜୀବନକୁ ନେଇ ମୋତେ ସ୍ପଷ୍ଟୀକରଣ ଦେବାକୁ ପଡ଼ୁଛି। ସାମାଜିକ ଗଣମାଧ୍ୟମରେ ଚର୍ଚିତ ହୋଇଥିବା ସେହି ଭିଡିଓ ଜୁନ୍ ୧୩ର ୧୫ର ନୁହଁ। ସମସ୍ତ ଖେଳାଳିଙ୍କ ତରଫରୁ ମୁଁ ଗଣମାଧ୍ୟମ ଏବଂ ପ୍ରଶଂସକଙ୍କୁ ଅନୁରୋଧ କରୁଛି ଆମ ପରିବାରବର୍ଗଙ୍କୁ ସେମାନେ ସମ୍ମାନ ଦିଅନ୍ତୁ। ସେମାନଙ୍କୁ ଅଯଥାରେ ମୂଲ୍ୟହୀନ ଓ ଅମୂଳକ ଚର୍ଚାକୁ ଟଣା ନଯାଉ। ଏହା ଭଲ କଥା ନୁହେଁ।
ମୁହଁ ଖୋଲିଲେ ମଲ୍ଲିକ
/sambad/media/post_attachments/wp-content/uploads/2019/06/Shoaib-Malik-696x398.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)