ଏସିଆ କପ୍‌ ଟ୍ରାଏଲ୍ସରେ ଯୋଗଦେବେ ମମିତା

କଟକ: ଓଡ଼ିଶା ମହିଳା ତୀରନ୍ଦା‌ଜ ତାରକା ମମିତା ଓରାମ କନିଷ୍ଠ ଏସିଆ କପ୍ ମନୋନୟନ ଟ୍ରାଏଲ୍ସ ଓ ଭାରତୀୟ ତୀରନ୍ଦାଜି ସଂଘ ଦ୍ବାରା ପରିଚାଳିତ ଜାତୀୟ ମାନ୍ୟତା ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମମିତା ଗୋଆଠାରେ ଶେଷ ହୋଇଥିବା‌ ୪୨ତମ କନିଷ୍ଠ ଜାତୀୟ ତୀରନ୍ଦାଜି ପ୍ରତିଯୋଗିତାର ମହିଳା ରିକର୍ଭ ରାଉଣ୍ଡରେ ୧୬ତମ ସ୍ଥାନରେ ରହି ଏହି ଯୋଗ୍ୟତା ହାସଲ କରିଛନ୍ତି।

ମମିତା ହରିୟାନା‌ର ସୋନେପତଠାରେ ନଭେମ୍ବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍‌ ମନୋନୟନ ଟ୍ରାଏଲ୍‌ସରେ ଯୋଗଦେବାକୁ ଯାତ୍ରା କରିବେ। ଓଡ଼ିଶା ତୀରନ୍ଦାଜି ସଂଘର ସଭାପତି ଗୋକୁଳ ଚନ୍ଦ୍ର ପତି, ସଂପାଦକ ସଂପୂର୍ଣ୍ଣାନନ୍ଦ ଦାସ, କୋଷାଧ୍ୟକ୍ଷ ସୌରଜିତ ସିଂହ ପ୍ରମୁଖ ମମିତ‌ାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର