କୁଆଲାଲୁମ୍ପୁର, ପ୍ରଥମ ଥର ଲାଗି ପୁରୁଷ ମହାଦେଶୀୟ ଫୁଟ୍ବଲ୍ ପ୍ରତିଯୋଗିତାକୁ କେବଳ ମହିଳା ରେଫରିମାନେ ପରିଚାଳନା କରିବେ। ଏସୀୟ ଫୁଟ୍ବଲ୍ ମହାସଂଘ (ଏଏଫ୍ସି) ମଙ୍ଗଳବାର ରେଫରିଙ୍କ ନାମ ଘୋଷଣା କରିଛି। ଜାପାନ୍ର ୟୋସିମି ୟାମାଶିତା ମୁଖ୍ୟ ରେଫରି ଥିଲା ବେଳେ ତାଙ୍କୁ ମାକୋତୋ ବୋଜୋନୋ ଓ ନାଓମି ତେଶିରୋଗି ସହାୟତା କରିବେ। ଏହି ମହିଳା ରେଫରିମାନେ ବୁଧବାର ଥୁଉନା ଷ୍ଟାଡିୟମରେ ମିଆଁମାରର ୟାଙ୍ଗୁନ ୟୁନାଇଟେଡ୍ ଏବଂ କାମ୍ବୋଡିଆର ନାଗା ୱାଲ୍ଡ ମଧ୍ୟରେ ଖେଳାଯିବାକୁଥିବା ଏଏଫ୍ସି କପ୍କୁ ପରିଚାଳନା କରିବେ। ପୂର୍ବରୁ ମହିଳା ରେଫରିମାନେ କେବଳ ଲାଇନ୍ରେ ସହଯୋଗ କରିଥିଲେ। ୨୦୧୪ରେ ଅଷ୍ଟ୍ରେଲିଆର ସାରା ହୋ ଏବଂ ଆଲିସନ୍ ଫ୍ଲିନ୍ ପ୍ରଥମ ଥର ଲାଗି ଏଏଫ୍ସି କପ୍ ମ୍ୟାଚ୍ରେ ସହକାରୀ ରେଫରି କାର୍ଯ୍ୟ ତୁଲାଇଥିଲେ। ୟାମାସିତା ପୂର୍ବରୁ ୨୦୧୬ ଓ ୨୦୧୮ରେ ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଏବଂ ୨୦୧୮ ମହିଳା ଏସୀୟ କପ୍ରେ ମ୍ୟାଚ୍ ପରିଚାଳନା କରିଥିଲେ।
ପୁରୁଷ ଏଏଫ୍ସି କପ୍ରେ ସବୁ ରେଫରି ମହିଳା
/sambad/media/post_attachments/wp-content/uploads/2019/05/8-History-made-as-women-to-referee-mens-AFC-Cup.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)