ମାଞ୍ଚେଷ୍ଟର : ମାଞ୍ଚେଷ୍ଟର ଟେଷ୍ଟ ଡ୍ର ହୋଇ ଶେଷ ହୋଇଛି । ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବୀରତ୍ବପୂର୍ଣ୍ଣ ଲଢେଇ ବଳରେ ଭାରତ ଏକ ନିଶ୍ଚିତ ପରାଜୟକୁ ଏଡ଼େଇପାରିଛି । ଏହା ସହିତ ଭାରତୀୟ ଦଳ ଏକ ମନସ୍ତ୍ବାତ୍ତ୍ବିକ ବିଜୟ ହାସଲ କରିଛି ବୋଲି କୁହାଯାଇପାରେ । ବିଶେଷକରି ଶୁବମନ ଗିଲ, କେଏଲ ରାହୁଲଙ୍କ ଭାଗିଦାରୀ ପରେ ରବୀନ୍ଦ୍ର ଜାଦେଜା ଓ ଓ୍ବାସିଂଟନ ସୁନ୍ଦରଙ୍କ ଶତକ ଭାରତକୁ ନିଶ୍ଚିତ ପରାଜୟ କବଳରୁ ବାହାର କରିଆଣିଥିଲା ।

Advertisment

ପ୍ରଥମ ଇନିଂସରେ ଇଂଲଣ୍ଡ ୬୬୯ ରନରେ ଅଲଆଉଟ ହେବା ପରେ ଭାରତଠାରୁ ୩୧୧ ରନରେ ଆଗୁଆ ଥିଲା । ଭାରତ ନିଜ ୨ୟ ଇନିଂସ ଆରମ୍ଭ କରିବା ସମୟରେ ଇନିଂସ ପରାଜୟ ଏଡ଼େଇବାକୁ ପ୍ରଥମେ ଏହି ୩୧୧ ରନକୁ ଟପିବାର ଆବଶ୍ୟକତା ଥିଲା । ଭାରତ ଖାତା ଖୋଲିବା ପୂର୍ବରୁ ୨ଟି ଓ୍ବିକେଟ ହରାଇ ବିପଦରେ ପଡ଼ିଯାଇଥିଲା । ତେବେ ଅଧିନାୟକ ଶୁବମନ ଗିଲ ଓ କେଏଲ ରାହୁଲଙ୍କ ଲଢୁଆ ବ୍ୟାଟିଂ ଫଳରେ ଭାରତ ନିଜର ଲଢେଇକୁ ଜାରି ରଖିଥିଲା । ଆଜି ଅର୍ଥାତ ମ୍ୟାଚର ୫ମ ଦିନରେ ରାହୁଲ ୯୦ ରନ କରି ଆଉଟ ହୋଇଥିବବେଳେ ଗିଲ ୧୦୩ ରନ କରି ଆଉଟ ହୋଇଥିଲେ । ଏହି ଦୁଇ ସେଟ୍ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଭାରତ ଉପରେ ଇନିଂସ ପରାଜୟର ଆଶଙ୍କା ବଢିଯାଇଥିଲା । କିନ୍ତୁ ଓ୍ବାସିଂଟନ ସୁନ୍ଦର ଓ ରବୀନ୍ଦ୍ର ଜାଦେଜାଙ୍କ ଲଢୁଆ ବ୍ୟାଟିଂ ଫଳରେ ଭାରତ ଇନିଂସ ପରାଜୟ ଏଡ଼େଇବାର ସକ୍ଷମ ହୋଇଛି । ଉଭୟ ବ୍ୟାଟ୍ସମ୍ୟାନ ଶତକ ଅର୍ଜନ କରିବା ସହ ମ୍ୟାଚକୁ ଡ୍ର କରିଥିଲେ । ଖେଳକୁ ଡ୍ର ଘୋଷଣା ହେବା ବେଳେ ଭାରତ ୪ ଓ୍ବିକେଟରେ ୪୨୫ ରନ କରିଥିଲା ।