ଲଣ୍ଡନ: ଖୁବଶୀଘ୍ର କ୍ରିକେଟ୍ ଓ ଫୁଟ୍ବଲ୍ର ମହାମିଳିନ ହେବାକୁ ଯାଉଛି। ସବୁକିଛି ଠିକ୍ଠାକ୍ ରହିଲେ ଆଇପିଏଲ୍ର ଏକ ଦଳ ଇଂଲଣ୍ଡର ଲୋକପ୍ରିୟ ଘରୋଇ ଫୁଟ୍ବଲ୍ ଲିଗ୍ ଇପିଏଲ୍ (ଇଂଲିସ୍ ପ୍ରିମିୟର୍ ଲିଗ୍)ର ଅନ୍ୟତମ ସଫଳ ତଥା ଚର୍ଚ୍ଚିତ ଦଳ ମାଞ୍ଚେଷ୍ଟର୍ ୟୁନାଇଟେଡ୍ର ମାଲିକାନାକୁ ଚାଲଯିବ। ମାଞ୍ଚେଷ୍ଟର୍ ୟୁନାଇଟେଡ୍ର ଅନ୍ୟତମ ମାଲିକ ଅବରାମ ଗ୍ଲେଜର୍ ଆଇପିଏଲ୍ର ଗତବର୍ଷ ବିଜେତା ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)କୁ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିଲାଗି ନିଜ ପୁଞ୍ଜି ନିବେଶ କଂପାନି ଲାନ୍ସର୍ କ୍ୟାପିଟାଲ୍ ମାଧ୍ୟମରେ ୧.୮ ନିୟୁତ ଡଲାର ବା ପାଖାପାଖି ୧୬,୩୦୦ କୋଟି ଟଙ୍କାର ପ୍ରସ୍ତାବ ଆର୍ସିବି ମାଲିକଙ୍କୁ ଦେଇଛନ୍ତି।
ସଂପ୍ରତି ଆର୍ସିବିର ମାଲିକ ଥିବା ଡିଆଜିଓ କଂପାନି ଗତ ନଭେମ୍ବରରୁ ଆର୍ସିବିକୁ ବିକ୍ରି କରିବା ଯୋଜନା କରି ଆସୁଛନ୍ତି। ନିଜ ଆଇପିଏଲ୍ ଇତିହାସର ପ୍ରଥମ ଟ୍ରଫି ଜିତିବା ପରେପରେ ହିଁ ଡିଆଜିଓ ଏହି ଦଳକୁ ବିକ୍ରି କରି କ୍ରୀଡ଼ା ବ୍ୟବସାୟରୁ ଦୂରେଇ ଯିବାକୁ ଚାହୁଛି। ତେବେ ଏପର୍ଯ୍ୟନ୍ତ ଦଳର ଆନୁଷ୍ଠାନିକ ମୂଲ୍ୟ ବିଷୟରେ କୌଣସି ସୂଚନା ଦେଇନି।
ଆହୁରି ପଢ଼ନ୍ତୁ: Elephant: ହାତୀପଲ ଉତ୍ପାତ ନେଇଜନସାଧାରଣ ଅତିଷ୍ଠ, କ୍ଷତିପୂରଣ ଦାବି
ବିଶ୍ବକ୍ରୀଡ଼ା ଜଗତର ଅନ୍ୟତମ ଦାମୀ ଦଳ
ସୂଚନା ଅନୁସାରେ ଆର୍ସିବିକୁ କିଣିବାକୁ ଏବେ ସୁଦ୍ଧା ମୋଟ ୯ଜଣ ବିଡର୍ ଆଗ୍ରହ ପ୍ରକାଶ କରିଛନ୍ତି। ସେଥିମଧ୍ୟରେ ଭାରତୀୟ ବ୍ୟବସାୟୀ ଅଦାର ପୁନାୱାଲ ମଧ୍ୟ ଅଛନ୍ତି। ବିଡର୍ମାନେ ୧ ବିଲିୟନରୁ ୧.୮ ବିଲିୟନ୍ ଡଲାରର ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ତେବେ ଡିଆଜିଓ କାହାକୁ ଓ କେମିତି ଆର୍ସିବିକୁ ବିକ୍ରି କରିବ ସେନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନି। କଂପାନି ସମସ୍ତ ପ୍ରସ୍ତାବର ମୂଲ୍ୟାୟନ କରୁଛି। ଯେଉଁ କଂପାନି ସର୍ବାଧିକ ମୂଲ୍ୟ ଦେବା ସହ ଭାରତୀୟ ନିୟମ କାନୁନକୁ ଅନୁସରଣ କରୁଥିବ ତାକୁ ଦଳ ବିକିବ ବୋଲି ନୀତିଗତ ନିଷ୍ପତ୍ତି କିନ୍ତୁ ନେଇ ସାରିଛି। ମାଞ୍ଚେଷ୍ଟର୍ ୟୁନାଇଟେଡ୍ ବିଶ୍ବକ୍ରୀଡ଼ା ଜଗତର ଅନ୍ୟତମ ଦାମୀ ଦଳ। ଏହାର ବଜାର ମୂଲ୍ୟ ହେଉଛି ପାଖାପାଖି ୪.୯ ବିଲିୟନ ପାଉଣ୍ଡ୍ ବା ୬୦,୩୮୦ କୋଟି ଟଙ୍କା। ଗତବର୍ଷ ଏହାର ସହମାଲିକ ଗ୍ଲେଜର୍ ପରିବାରର ମୋଟ ସମ୍ପତ୍ତି ୧୨୫୦୦ କୋଟି ଟଙ୍କା ଛୁଇଁଛି। ଏଣୁ ଆର୍ସିବିକୁ କିଣିବା ତାଙ୍କ ପାଇଁ ବିଶେଷ କଷ୍ଟକର ହେବନି ବୋଲି ଅନୁମାନ କରାଯାଉଛି।
ଆହୁରି ପଢ଼ନ୍ତୁ: AIR Pollution: ବାୟୁ ପ୍ରଦୂଷଣ ସଙ୍କଟ: ଗାଜିଆବାଦ ସବୁଠୁ ପ୍ରଦୂଷିତ ସହର, କେଉଁ ସ୍ଥାନରେ ରହିଛି ଦିଲ୍ଲୀ ଏବଂ ଓଡ଼ିଶା ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/07/untitled-19jpg-2026-02-07-16-42-44.jpeg)