କିମ୍ବରଲେ: ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ଷ୍ଟାର ବ୍ୟାଟ୍ସଓମ୍ୟାନ୍ ସ୍ମୃତି ମନ୍ଧାନା ଦକ୍ଷିଣ ଆଫ୍ରିକା ବିପକ୍ଷରେ ବୁଧବାର କିମ୍ପରଲେରେ ଜାରି ରହିଥିବା ୨ୟ ଦିନିକିଆରେ ଶତକ ହାସଲ କରିଛନ୍ତି। ଫଳରେ ଭାରତ ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆରେ ଶୃଙ୍ଖଳା ବିଜୟର ଦ୍ୱାରଦେଶରେ ପହଞ୍ଚିଛି।
ସ୍ମୃତି ମନ୍ଧାନା ଦିନିକିଆ କ୍ୟାରିୟରର ୩ୟ ଶତକ ହାସଲ କରିଛନ୍ତି। ମନ୍ଧାନା ୧୭୩ଟି ବଲ ସମ୍ମୁଖୀନ ହୋଇ ୧୩୫ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୧୪ଟି ଛକା ଓ ଗୋଟିଏ ଛକା ସାମିଲ ରହିଛି।
ପୂର୍ବରୁ ଦକ୍ଷିଣ ଆଫ୍ରିକା ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତୀୟ ମହିଳା ଟିମ୍ ବ୍ୟାଟିଂ କରିଛି। ଭାରତ ପକ୍ଷରୁ ପୁନମ ରାଉତ ଓ ସ୍ମୃତି ମନ୍ଧାନା ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ। ପୁନମଙ୍କ ସହିତ ସ୍ମୃତି ପ୍ରଥମ ଓ୍ଵିକେଟ ପାଇଁ ୫୬ ରନ୍ ଭାଗିଦାରୀ ହୋଇ ପାରିଥିଲେ। ସେହିଭଳି ୨ୟ ଓ୍ଵିକେଟରେ ମିତାଲି ରାଜଙ୍କ ସହ ୫୧ ରନ୍ ସ୍କୋର ଓ ୩ୟ ଓ୍ଵିକେଟରେ ହରମନପ୍ରୀତଙ୍କ ସହିତ ୩ୟ ଓ୍ଵିକେଟରେ ୧୩୪ ରନ୍ ଭାଗିଦାରୀ ହୋଇ ପାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/555_1518001268_618x347.jpeg)