ନୂଆଦିଲ୍ଲୀ : ଦିନିକିଆରେ କୌଣସି ଭାରତୀୟ ଖେଳାଳିଙ୍କ ଦ୍ବାରା ଦ୍ରୁତତମ ଶତକ ହାସଲ କରିଛନ୍ତି ଭାରତୀୟ ମହିଳା କ୍ରିକେଟ ତାରକା ସ୍ମୃତି ମାନ୍ଧାନା । ସେ ଶନିବାରଦିନ ଦିଲ୍ଲୀରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୫୦ଟି ବଲରେ ଶତକ ଅର୍ଜନ କରିଥିଲେ । ଏହା ସହିତ ସେ ୧୩ ବର୍ଷ ପୁରୁଣା ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । ୨୦୧୨-୨୩ ସିଜିନରେ ବିରାଟ ଅଷ୍ଟ୍ରେଲିଆ ବିପକ୍ଷରେ ୫୨ଟି ବଲରେ ଶତକ ଅର୍ଜନ କରିଥିଲେ ।
ସ୍ମୃତି ଏବେ ପୁରୁଷ ଓ ମହିଳା ବର୍ଗ ନିର୍ବିଶେଷରେ ଭାରତର ଦ୍ରୁତତମ ଦିନିକିଆ ଶତକ ଅର୍ଜନକାରୀରେ ପରିଣତ ହୋଇଛନ୍ତି । ନିଜର ଏହି ଇନିଂସରେ ସେ ମୋଟ ୧୨୫ ରନ କରିଥିଲେ, ଯେଉଁଥିରେ ୧୭ଟି ଚୌକା ଓ ୫ଟି ଛକା ଅନ୍ତର୍ଭୁକ୍ତ ।
ସ୍ମୃତି ଏବେ ପୁରୁଷ ଓ ମହିଳା ବର୍ଗ ନିର୍ବିଶେଷରେ ଭାରତର ଦ୍ରୁତତମ ଦିନିକିଆ ଶତକ ଅର୍ଜନକାରୀରେ ପରିଣତ ହୋଇଛନ୍ତି । ନିଜର ଏହି ଇନିଂସରେ ସେ ମୋଟ ୧୨୫ ରନ କରିଥିଲେ, ଯେଉଁଥିରେ ୧୭ଟି ଚୌକା ଓ ୫ଟି ଛକା ଅନ୍ତର୍ଭୁକ୍ତ ।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ମହିଳା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଓ ଭାରତ ଆଗରେ ୪୧୩ ରନର ବିଶାଳ ଲକ୍ଷ୍ୟ ରଖିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ବେଥ୍ ମୁନି ୧୩୮ ରନ, ଜର୍ଜିଆ ଭଲ୍ ୮୧ ରନ ଓ ଏଲିସି ପେରି ୬୮ ରନ କରିଥିଲେ । ଏତେ ବଡ଼ ସ୍କୋର କରିଥିଲେ ବି ଅଷ୍ଟ୍ରେଲିଆ ସଂପୂର୍ଣ୍ଣ ୫୦ ଓଭର ଖେଳିପାରିନଥିଲା ଓ ୪୭.୫ ଓଭରରେ ଅଲଆଉଟ ହୋଇଯାଇଥିଲା । ଏହାର ଜବାବରେ ଭାରତ ୨୯ତମ ଓଭର ଶେଷ ସୁଦ୍ଧା ୫ ଓ୍ବିକେଟ ହରାଇ ୨୬୧ ରନ କରିଛି । ଭାରତକୁ ବିଜୟ ପାଇଁ ଆହୁରି ୧୫୨ ରନ ଆବଶ୍ୟକ ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/20/sm-2-2025-09-20-19-59-28.jpg)