ଟ୍ବେଣ୍ଟି-୨୦ରେ ମାନ୍ଧାନାଙ୍କୁ ନେତୃତ୍ବ

ନୂଆଦିଲ୍ଲୀ: ତାରକା ବ୍ୟାଟର୍‌ ସ୍ମୃତି ମାନ୍ଧାନା ପ୍ରଥମ ଥର ଲାଗି ଭାରତୀୟ ମହିଳା ଦଳର ନେତୃତ୍ବ ନେବାକୁ ଯାଉଛନ୍ତି। ଆସନ୍ତା ୪ ତାରିଖରୁ ଗୌହାଟୀରେ ଆରମ୍ଭ ହେବାକୁଥିବା ଇଂଲଣ୍ଡ ବିପକ୍ଷ ୩ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ସେ ଏହି ଦାୟିତ୍ବ ତୁଲାଇବେ। ନିୟମିତ ଅଧିନାୟିକା ହରମନ୍‌ପ୍ରୀତ କୌର ଆହତ ହୋଇ ଦଳରୁ ବାଦ୍‌ ପଡ଼ିବା ପରେ ସ୍ମୃତିଙ୍କ ଉପରେ ନେତୃତ୍ବ ଭାର ଅର୍ପଣ କରାଯାଇଛି। ଆହତ ହରମନ୍‌ପ୍ରୀତ ଉଭୟ ଦିନିକିଆ ଓ ଟ୍ବେଣ୍ଟି-୨୦ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳରେ ଟ୍ବେଣ୍ଟି-୨୦ ଦଳରେ ହର୍ଲିନ୍‌ ଦେଓଲ ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର