ନୂଆଦିଲ୍ଲୀ: ଭାରତୀୟ ବ୍ୟାଟର୍ ସ୍ମୃତି ମନ୍ଧାନା ୧୦୦ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ଥାଇଲାଣ୍ଡ ବିପକ୍ଷ ସୋମବାର ଏସିଆ କପ୍ ମ୍ୟାଚ୍ରେ ସେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ୧୦୦ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାରେ ସେ ହର୍ମନପ୍ରୀତ କୌର (୧୩୧ ମ୍ୟାଚ୍)ଙ୍କ ପରେ ଦ୍ବିତୀୟ ଭାରତୀୟ ମହିଳା ଖେଳାଳି ହୋଇଛନ୍ତି। ଏଥି ସହ ସ୍ମୃତି ମଧ୍ୟ ରୋହିତ ଶର୍ମା (୧୪୨ ମ୍ୟାଚ୍), ହର୍ମନପ୍ରୀତ କୌର (୧୩୧ ମ୍ୟାଚ୍) ଓ ବିରାଟ କୋହଲି (୧୦୯ ମ୍ୟାଚ୍)ଙ୍କ ପରେ ଚତୁର୍ଥ ଭାରତୀୟ ଖେଳାଳି ହୋଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp