ଭାଇରାଲ ହେଲା ମନ୍ଧାନାଙ୍କ ବିବାହ ମନ୍ତବ୍ୟ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳର ସୁନ୍ଦରୀ ପ୍ରାରମ୍ଭିକ ବ୍ୟାଟର୍‌ ସ୍ମୃତି ମନ୍ଧାନା ବିବାହକୁ ନେଇ ବର୍ଷକ ତଳେ ଦେଇଥିବା ଏକ ମନ୍ତବ୍ୟ ପଦାକୁ ଆସିବା ପରେ ସୋମବାର ବେଶ୍ ଚର୍ଚ୍ଚାରେ ରହିଥିଲା। ଏପରିକି ସାମାଜିକ ଗଣମାଧ୍ୟମରେ ଢେର ସମୟ ପାଇଁ ଟ୍ରେଣ୍ଡ କରିଥିଲା। ଗତବର୍ଷ ଏକ ପ୍ରଶ୍ନୋତ୍ତୋର କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଶଂସକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ସ୍ମୃତି। ସେହି ସମୟରେ ଜଣେ ପ୍ରଶଂସକ ତାଙ୍କୁ ପ୍ରେମ ବିବାହ ଏବଂ ବ୍ୟବସ୍ଥିତ ବିବାହ ବା ଆରେଞ୍ଜ୍ ମ୍ୟାରେଜ୍‌କୁ ନେଇ ମତ ରଖିବାକୁ କହିଥିଲେ। ବ୍ୟକ୍ତିଗତ ଭାବେ ସେ ଏହି ଦୁଇଟି ମଧ୍ୟରୁ କେଉଁଟିକୁ ପସନ୍ଦ କରିବେ ବୋଲି ପଚାରିଥିଲେ।

ସ୍ମୃତି ଏହାର ଉତ୍ତରରେ ଲଭ୍-ରେଞ୍ଜ୍‌ଡ୍ ବୋଲି ଲେଖିଥିଲେ। ଅର୍ଥାତ ଭଲ ପାଇବା ଏବଂ ପରିବାରର ସମ୍ମତିରେ ବିବାହ କରିବାକୁ ସେ ଅଧିକ ପସନ୍ଦ କରିବେ ବୋଲି ସ୍ପଷ୍ଟ କରି ଦେଇଥିଲେ। ଯାହାକୁ ପ୍ରଶଂସକ ବେଶ୍ ପସନ୍ଦ କରିଥିଲେ। ଇଂଲଣ୍ଡ ବିପକ୍ଷ ତୃତୀୟ ତଥା‌ ଶେଷ ଦିନିକିଆରେ ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିବା ପରେ ସ୍ମୃତି ପଡ଼ିଆ ଭିତରେ କେଶ ସଜାଡ଼ୁଥିବାର ଫଟୋ ବେଶ୍ ଭାଇରାଲ୍ ହୋଇଥିଲା। ଏହା ପରେ ଅନେକ ପ୍ରଶଂସକ ତାଙ୍କୁ ‌ସାମାଜିକ ଗଣମାଧ୍ୟମରେ ପ୍ରେମ ନିବେଦନ କରିବା ସହ ବିବାହ ପ୍ରସ୍ତାବ ବି ‌ଦେଇଥିଲେ। ଏହି ସମୟରେ ଗତବର୍ଷ ବିବାହକୁ ନେଇ ମନ୍ଧାନା ଦେଇଥିବା ମନ୍ତବ୍ୟକୁ କେହି ସାମାଜିକ ଗଣମାଧ୍ୟମରେ ପୁନର୍ବାରେ ପୋଷ୍ଟ କରି ଦେଇଥିଲେ।

ସମ୍ବନ୍ଧିତ ଖବର