ମଙ୍ଗଳା-କିଶୋର କ୍ଲବ୍‌ ଫାଇନାଲ୍‌

ରାଜକନିକା: ରାଜକନିକା ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆରଏନ୍‌ ଉଚ୍ଚ ବିଦ୍ୟାଳୟ ମିନି ଷ୍ଟାଡ଼ିୟମରେ ଚାଲିଥିବା ରାଜ୍ୟସ୍ତରୀୟ ରାଜକନିକା କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ କଟକର ମଙ୍ଗଳା କ୍ଲବ୍‌କୁ ଭେଟିବ ଭୁବନେଶ୍ୱରର କିଶୋର କ୍ଲବ୍‌। ବୁଧବାର ଫାଇନାଲ ମ୍ୟାଚ୍‌ ଖେଳାଯିବ। ସୋମବାର ପ୍ରଥମ ଦଳ ଭାବେ ମଙ୍ଗଳା କ୍ଲବ୍‌ ଫାଇନାଲ୍‌ ପହଞ୍ଚି ସାରିଥିଲା ବେଳେ ମଙ୍ଗଳବାର ଦ୍ୱିତୀୟ ସେମି ଫାଇନାଲରେ କଟକ କ୍ରୀଡ଼ା ଛାତ୍ରାବାସ ଦଳକୁ ୪-୨ ଗୋଲ୍‌ରେ ପରାସ୍ତ କରି କିଶୋର କ୍ଲବ୍‌ ଫାଇନାଲ୍‌ ପ୍ରବେଶ କରିଛି। ମଙ୍ଗଳବାର ମ୍ୟାଚ୍‌ ଖୁବ୍‌ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା। ଯାହା ଫଳରେ ନିର୍ଧାରିତ ସମୟ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ତେବେ ଟାଇବ୍ରେକର୍‌ରେ କିଶୋର କ୍ଲବ୍‌ ବିଜୟୀ ହୋଇଥିଲା। କିଶୋର କ୍ଲବ୍‌ର ଶଶିକାନ୍ତ ସାଣ୍ଡିଲଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ଦିଲିପ୍‌ ବେହୁରା ସ୍ମାରକୀ ଟ୍ରଫି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର