କଟକ: ଜାତୀୟ ଟେବୁଲ ଟେନିସ୍ରେ ପେଟ୍ରୋଲିୟମ୍ ସ୍ପୋର୍ଟ୍ସ ପ୍ରମୋସନ୍ ବୋର୍ଡ କବ୍ଜାରେ ମିଶ୍ରିତ ଯୁଗଳ ଟ୍ରଫି। ଅଲମ୍ପିଆନ୍ ଶରତ କମଲ ଓ ମନିକା ବାତ୍ରାଙ୍କ ଯୋଡ଼ି ୩-୧ (୧୧-୯, ୧୨-୧୦, ୧୦-୧୨ ଓ ୧୧-୬ )ରେ ନିଜ ଦଳର ମାନବ ଠକ୍କର ଓ ଅର୍ଚ୍ଚନା କାମଥଙ୍କ ଯୋଡ଼ିକୁ ହରାଇ ବିଜେତା ହୋଇଛନ୍ତି। ମହିଳା ଏକକରେ ସୁତୀର୍ଥ ମୁଖାର୍ଜୀ, ଶ୍ରେଜା ଅକୁଳା, କେ ଶାମିନୀ, ଆହିକା ମୁଖାର୍ଜୀ, ଶ୍ରୁତି ଅମୃତେ, କୃତିକା ସିହ୍ନା ରଏ, ଅମୃତା ପୁଷ୍ପକ, ମଧୁରିକା ପାଟକର, ଅନୁସା କୁତୁମ୍ବଲେ, ମୌସୁମୀ ପଲ୍, ନିଖାତ ବାନୁ, ମନିକା ବାତ୍ରା, ସାଗରିକା ମୁଖାର୍ଜୀ, ସେରାହା ଜାକବ, ଏସ୍.ସେଲ୍ଭା କୁମାର, ଅର୍ଚ୍ଚନା କାମଥ, ପୁରୁଷ ଏକକରେ ମାନବ ଠାକ୍କର, ଜିତ ଚନ୍ଦ୍ର, ସିଦ୍ଧେଶ ପାଣ୍ତେ, ଅଭିଷେକ ଯାଦବ, ଅର୍ଜୁନ ଘୋଷ, ମନୁଷ ସାହା, ଓମକାର ଟେରଗାଲକାର, ଶରତ କମଲ, କିରଣଜୟ ପୁସିଲାଲ, ରୋନିତ ଭଞ୍ଜ, ହର୍ମିତ ଦେଶାଇ, ସନିଲ ସେଟ୍ଟୀ, ଜି ସାଥିଆନ୍, ଅନିର୍ବାଣ ଘୋଷ, ସୌରବ ସାହା, ଏ ଅମଲରାଜ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି।
ସବୁ ଓଡ଼ିଆ ହାରିଲେ: ପୁରୁଷ ଓ ମହିଳା ଏକକରେ ସବୁ ଓଡ଼ିଆ ପରାଜୟର ସାମ୍ନା କରିଛନ୍ତି। ଆସିଫ ହକ୍ ତାମିଲନାଡ଼ୁର ଶିବାନନ୍ଦ ଶେଷାଦ୍ରୀଙ୍କଠୁ ୨-୩ରେ, ଏମ୍ ଇଶ୍ବର ରାଓ ହରିୟାଣାର ଜୁବିନ୍ କୁମାରଙ୍କଠୁ ୦-୩ରେ, ସ୍ନେହମୟ ମଲ୍ଲିକ ଆନ୍ଧ୍ରପ୍ରଦେଶର ସେନ୍ଥୁରା ପାଣ୍ତେଙ୍କଠୁ ୧-୩ରେ, କ୍ରିଷନ ପୃଷ୍ଟି ଆସାମର ଆଲେକୋ ହଜାରିକାଙ୍କଠୁ ୦-୩ରେ ପରାସ୍ତ ହୋଇଥିଲେ। ମହିଳାରେ ସମର୍ଥା ପୃଷ୍ଟି ଅଡିଟ୍ ଓ ଆକାଉଣ୍ଟ୍ସର ପୂଜା ଶର୍ମାଙ୍କଠୁ ୧-୩ରେ ହାରି ଯାଇଛନ୍ତି।
ମନିକା-ଶରତଙ୍କୁ ଟ୍ରଫି
ଜାତୀୟ ଟିଟି
/sambad/media/post_attachments/wp-content/uploads/2019/01/dipi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)