ମନିକା-ଶରତ, ସାଥୀୟାଁଙ୍କୁ ଅଲିମ୍ପିକ୍‌ ଟିକେଟ

ଚେନ୍ନାଇ: ଭାରତର ମନିକା ବାତ୍ରା ଓ ଶରତ କମଲ ଯୋଡ଼ି ମିଶ୍ରିତ ଯୁଗଳରେ ଏବଂ ଜି ସାଥୀୟାଁ ପୁରୁଷ ଏକକରେ ଟୋକିଓ ଅଲିମ୍ପିକ୍‌ ଟିକେଟ ହାସଲ କରିଛନ୍ତି। ଦୋହାରେ ଚାଲିଥିବା ଏସୀୟ ଯୋଗ୍ୟତାପର୍ଯ୍ୟାୟ ଫାଇନାଲ୍‌ରେ ଶନିବାର ଏହି ଯୋଡ଼ି ୪-୨ (୮-୧୧, ୬-୧୧, ୧୧-୫, ୧୧-୬, ୧୩-୧୧ ଓ ୧୧-୮)ରେ କୋରିଆ ଯୋଡ଼ି ସାଙ୍ଗ୍‌ସୁ ଲି-ଝିହି ଜିଓନ୍‌ଙ୍କୁ ପରାସ୍ତ କରି ଏହି ସୁଯୋଗ ହାତେଇ ନେଇଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନର ମହମ୍ମଦ ରମିଜ୍‌ଙ୍କୁ ପରାସ୍ତ କରି ସାଥୀୟାଁ ନିଜର ପ୍ରଥମ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିନେଇଛନ୍ତି।

ସମ୍ବନ୍ଧିତ ଖବର