ମୁମ୍ବାଇ: କର୍ଣ୍ଣାଟକ କ୍ରିକେଟ୍ ଟିମର ଅଧିନାୟକ ମନୀଷ ମାଣ୍ଡେ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୋମବାର ମୁମ୍ବାଇରେ ସେ ତାମିଲ ଅଭିନେତ୍ରୀ ଅଶ୍ରିତା ସେଟ୍ଟୀଙ୍କୁ ବିବାହ କରିଛନ୍ତି। ତେବେ ସୁରଟରେ ଥିବା ମ୍ୟାଚରେ ପ୍ରଶଂସନୀୟ ପ୍ରଦର୍ଶନ କରି ବିଜୟ ହାସଲ କରିବା ପରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ, ଯାହା ତାଙ୍କ ବିବାହକୁ ଅଧିକ ଚର୍ଚ୍ଚିତ କରାଇଛି। ରବିବାର ସୁରଟରେ କର୍ଣ୍ଣାଟକ ଟିମ୍ ତାମିଲନାଡୁକୁ ୧ରନରେ ହରାଇ ବିଜୟ ହାସଲ କରିଥିଲା। ଯାହା ପରେ କର୍ଣ୍ଣାଟକ ଟିମର ଅଧିନାୟକ ଥିବା ମନୀଷ ପାଣ୍ଡେଙ୍କୁ ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ଟ୍ରଫି ହାସଲ କରିବା ପରେ ମନୀଷ ସିଧା ମୁମ୍ବାଇକୁ ଉଡ଼ାଣ ଭରିଥିଲେ।
aajtak.intoday.inମୁମ୍ବାଇ ପହଞ୍ଚିବା ପରେ ସୋମବାର ଖୁବ୍ ଧୁମଧାମରେ ମନୀଷ ଓ ଅଶ୍ରିତାଙ୍କ ବିବାହ ହୋଇଥିଲା। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋମବାର ବିବାହ ହୋଇଥିବା ବେଳେ ମଙ୍ଗଳବାର ବିବାହର ଭୋଜି ରଖାଯାଇଥିବା ଜଣାପଡ଼ିଛି। ବିବାହ ଭୋଜିରେ କ୍ରିକେଟ ଓ ସିନେମା ଜଗତର ଅନେକ କଳାକାର ନଜର ଆସିବେ। ବିବାହ କାର୍ଯ୍ୟ ଶେଷ ହେବା ପରେ ଡିସେମ୍ବର ୬ରେ ଭାରତ-ୱେଷ୍ଠଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ୍ ପାଇଁ ମନିଷ ହାଇଦ୍ରାବାଦ ଯିବେ ବୋଲି ସୂଚନା ରହିଛି।
ସୂଚନା ମୁତାବକ, ପାଣ୍ଡେ ୨୩ଟି ଦିନିକିଆ ଅନ୍ତର୍ଜାତୀୟ ଓ ୩୨ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଭାରତୀୟ କ୍ରିକେଟ ଟିମ୍ ପାଇଁ ଖେଳିଥିବା ଜଣାପଡ଼ିଛି। ଏବେ ପାଣ୍ଡେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରୁଥିବା ବେଳେ ବଡ଼ ଷ୍ଟେଜରେ ପ୍ରଦର୍ଶନ କରିବାର ସୁଯୋଗ ତାଙ୍କୁ ଏ ପର୍ଯ୍ୟନ୍ତ ମିଳି ନାହିଁ। ପାଣ୍ଡେ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳିବା ସହ ଜିତିଥିବା ବେଳେ ୨୦୧୮ରେ ଅଧିକ ରାଶି ପାଇ ସେ ସନରାଇଜର୍ସ ଟିମରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Groom_thumb-1.jpg)