ଭୁବନେଶ୍ୱର: ଏସ୍ଆର୍ ଚେସ୍ କେନ୍ଦ୍ର ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟ ୧୧ ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତାର ପଞ୍ଚମ ରାଉଣ୍ଡ୍ ସୁଦ୍ଧା ଓପନ୍ ବର୍ଗରେ ମନୀଷ କୁମାର, ଶାଶ୍ୱତ ମଲ୍ଲିକ ଏବଂ ବାଳିକା ବର୍ଗରେ ଶୃତି ସ୍ନେହୀ ସମ୍ପୂର୍ଣ୍ଣ ୫ ପଏଣ୍ଟ୍ ଲେଖାଏଁ ପାଇଁ ଆଗୁଆ ଅଛନ୍ତି।
ବାଳିକା ବର୍ଗରେ ଅଣମାନ୍ୟତାପ୍ରାପ୍ତ ଶୃତି ସ୍ନେହୀ ପଞ୍ଚମ ରାଉଣ୍ଡ୍ରେ ଶୀର୍ଷ ମାନ୍ୟତାର ବିଜୟଲକ୍ଷ୍ମୀ ବାରିକଙ୍କୁ ପରାସ୍ତ କରିଥିଲେ। ପି ସାଇରୂପା, ସୁହାନା ଜେନା (୪.୫ ପଏଣ୍ଟ) ମିଳିତ ଦ୍ୱିତୀୟରେ ରହିଛନ୍ତି। ବିଜୟଲକ୍ଷ୍ମୀ ବାରିକ, ମିରାକଲ୍ ପଣ୍ଡା, ଦିୟା ଦାସ, ପ୍ରକୃତି ରାଉତ, ଅଙ୍କିତା ସାହୁ, ଶ୍ରଦ୍ଧା ସୁମନ ଜେନା, ଜୟଶ୍ରୀ ବାରିକ, ସାଇ ସମ୍ପ୍ରଦା ମହାନ୍ତି ୪ ପଏଣ୍ଟ୍ ଲେଖାଏଁ ପାଇ ମିଳିତ ତୃତୀୟରେ ରହିଛନ୍ତି।
ମଙ୍ଗଳବାର ଓପନ୍ ବର୍ଗ ପଞ୍ଚମ ରାଉଣ୍ଡ୍ରେ ମନୀଷ କୁମାର ଶୀର୍ଷ ବୋର୍ଡରେ ବିକାଶ କୁମାର ଲେଙ୍କାଙ୍କୁ ଏବଂ ଶାଶ୍ୱତ ତୃତୀୟ ଟେବୁଲରେ ଆର୍ୟନ ମହାପାତ୍ରଙ୍କୁ ପରାସ୍ତ କରି ସମ୍ପୂର୍ଣ୍ଣ ପଏଣ୍ଟ୍ ନେଇଥିଲେ। ସ୍ୱୟମ୍ ଲକ୍ଷ୍ମୀଦତ୍ତ ସାବତ, ହର୍ଷିତ ରଂଜନ ସାହୁ, ଅନୁବ୍ରତ୍ତ ପ୍ରି୍ରୟଦର୍ଶନ ସାହୁ, ପ୍ରିୟାଂଶ ଦାସ ୪.୫ ପଏଣ୍ଟ୍ ସହ ମିଳିତ ଦ୍ୱିତୀୟରେ ରହିଛନ୍ତି। ଶ୍ରୀୟାଶ ଶୁଭମ ପଟ୍ଟନାୟକ, କୌସ୍ତଭ ଦାଶ, ତ୍ରିଦେବ ତୀର୍ଥଙ୍କରଙ୍କ ସହିତ ୧୩ ଜଣ ୪ ପଏଣ୍ଟ୍ ପାଇ ମିଳିତ ତୃତୀୟରେ ରହିଛନ୍ତି। ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ରାଜ୍ୟ ଚେସ୍ ସଂଘ ପୂର୍ବତନ ସମ୍ପାଦକ ବିବେକ କୁମାର ତିବରଓ୍ଵାଲ୍ ସକାଳେ ଖେଳକୁ ଶୁଭାରମ୍ଭ କରିବା ସହିତ ଆକର୍ଷଣୀୟ ଟ୍ରଫିର ଉନ୍ମୋଚନ କରିଥିଲେ।
ମନୀଷ, ଶାଶ୍ୱତ ଓ ଶୃତି ଆଗୁଆ
ରାଜ୍ୟ ୧୧ ବର୍ଷରୁ କମ୍ ଚେସ୍
/sambad/media/post_attachments/wp-content/uploads/2017/10/ChessSet.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)