ଭାରତୀୟ ମହିଳା ଫୁଟ୍‌ବଲ ଦଳରେ ମନୀଷା ଓ ଜୁଲି

ଭୁବନେଶ୍ବର : ଦୁଇ ଓଡ଼ିଆ ଖେଳାଳି ମନୀଷା ପାନ୍ନା ଓ ଜୁଲି କିଶନ ଭାରତୀୟ ମହିଳା ଫୁଟ୍‌ବଲ ଦଳରେ ସ୍ଥାନ ପାଇଛନ୍ତି। ଏପ୍ରିଲ ୪ରୁ ୭ ତାରିଖ ପର୍ଯ୍ୟନ୍ତ କିର୍ଗିଜ ରିପବ୍ଲିକ୍‌ରେ ‌ଆୟୋଜିତ ମହିଳା ଅଲିମ୍ପିକ୍‌ କ୍ବାଲିଫାୟର ରାଉଣ୍ଡ-୧ରେ ‌ଖେଳିବାକୁ ଯାଉଥିବା ଭାରତୀୟ ଦଳର ସଦସ୍ୟ ବନିଛନ୍ତି ଏହି ଦୁଇ ଓଡ଼ିଆ ଝିଅ। ଭାରତୀୟ ଦଳରେ ସାମିଲ ହୋଇଥିବାରୁ ଉଭୟଙ୍କୁ ଫୁଟ୍‌ବଲ ଆସୋସିଏସନ ଅଫ୍‌ ଓଡ଼ିଶା (ଫାଓ)ର ସଂପାଦକ ଆଶୀର୍ବାଦ ବେହେରା ଓ ଅନ୍ୟ କର୍ମକର୍ତା ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର