ଭୁବନେଶ୍ବର: ସ୍ପୋର୍ଟସ ଓଡ଼ିଶା ଦଳର ୧୮ ବର୍ଷ ବୟସ୍କା ଫୁଟ୍ବଲ୍ ଖେଳାଳି ମନୀଷା ନାୟକଙ୍କ ରାଇଜିଂ ଷ୍ଟୁଡେଣ୍ଟସ ଦଳ ସହିତ ଥିବା ମ୍ୟାଚ୍ ପୂର୍ବରୁ ଆଣ୍ଠୁରେ ଆଘାତ ଲାଗିବାରୁ ସେ ଦଳରୁ ବାଦ୍ ପଡ଼ିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ କ୍ରୀଡା ପ୍ରକଳ୍ପ ନିର୍ମାଣର ଅଗ୍ରଗତି ସମୀକ୍ଷା ପାଇଁ ଆସିଥିବା ବେଳେ, ସେଠାରେ ଚାଲିଥିବା ମହିଳା ଫୁଟବଲ୍ ଲିଗ୍ ମ୍ୟାଚ୍ ଦେଖିବା ପାଇଁ କିଛି ସମୟ ରହିଥିଲେ ଏବଂ ଖେଳାଳିମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା ହୋଇଥିଲେ। ଯେତେବେଳେ ମୁଖ୍ୟମନ୍ତ୍ରୀ ଦୁଃଖରେ ଭାଙ୍ଗି ପଡ଼ିଥିବା ମନୀଷାକୁ ଦେଖିଲେ, ସେ ମନୀଷାଙ୍କ ପାଖକୁ ଯାଇ ଆଶ୍ବାସନା ଦେଇଥିଲେ ଏବଂ ମନ ଦୁଃଖ ନ କରି ଚିକିତ୍ସା ଓ ପ୍ରସ୍ତୁତି ଜାରି ରଖି ଆଗାମୀ ମ୍ୟାଚ୍ ଖେଳିବା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ନେହ ଓ ଶ୍ରଦ୍ଧାରେ ମନୀଷା ଆତ୍ମହରା ହୋଇପଡ଼ିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାରେ ଆଗକୁ ଦୃଢ଼ ଉଦ୍ୟମ ଜାରି ରଖିବେ ବୋଲି ମନୀଷା କହିଥିଲେ। ସୂଚନାଯୋଗ୍ୟ ଯେ ସୁନ୍ଦରଗଡ ସ୍ପୋର୍ଟସ ହଷ୍ଟେଲର ଛାତ୍ରୀ ବର୍ତ୍ତମାନ ୧୮ ବର୍ଷରୁ କମ୍ ଖେଲୋ ଇଣ୍ଡିଆ ଫୁଟ୍ବଲ୍ ଶିବିରରେ ରହି ଖେଳ ଅଭ୍ୟାସ ଜାରି ରଖିଛନ୍ତି।
ମନୀଷାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆଶ୍ବାସନା ଓ ପ୍ରେରଣା
/sambad/media/post_attachments/wp-content/uploads/2022/02/65d4g65a4dg65ad4ag65d.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)