କଟକ: ବିଜୟଓ୍ଵାଡାର ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟଠାରେ ଚାଲିଥିବା ଜାତୀୟ କନିଷ୍ଠ ଦୌଡ଼କୁଦରେ ଓଡ଼ିଶା ତୃତୀୟ ଦିନରେ ଏକମାତ୍ର କାଂସ୍ୟ ପଦକ ପାଇଛି। ୧୮ ବର୍ଷରୁ କମ୍ ବାଳିକା ଲମ୍ବ ଡିଅାଁରେ ମନୀଷା ମେରେଲ୍ ରୌପ୍ୟ ପଦକଠୁ ମାତ୍ର ୧ ସେଣ୍ଟିମିଟର୍ ଦୂରରେ ରହିଯାଇଥିଲେ। ୫.୮୫ ମିଟର ସହ ସେ କାଂସ୍ୟ ଜିତିଥିଲାବେଳେ ଏହି ଇଭେଣ୍ଟରେ କେରଳର ଆନ୍ସି ସୋଜାନ୍ ୫.୯୭ ମିଟର ସହ ସ୍ୱର୍ଣ୍ଣ ଓ ଉତ୍ତରପ୍ରଦେଶର ଦୀପାଂସି ସିଂହ ୫.୮୬ ମିଟର ସହ ରୌପ୍ୟ ପଦକ ପାଇଥିଲେ। ଏହାକୁ ମିଶାଇ ଓଡ଼ିଶାର ମୋଟ ପଦକ ସଂଖ୍ୟା ୭ରେ ପହଞ୍ଚିଛି। ଶନିବାର ଅନ୍ୟମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବାଳିକା ୪୦୦ ମିଟର ଦୌଡ଼ରେ ଫୁଲମଣି କର୍ଜୀ ଚତୁର୍ଥ ସ୍ଥାନରେ ରହିଥିଲାବେଳେ ୧୮ ବର୍ଷରୁ କମ୍ ବାଳିକା ୫ହଜାର ମିଟର ଦୌଡ଼ରେ ପ୍ରିୟଙ୍କା ମହାଳିକ ପଞ୍ଚମସ୍ଥାନରେ ରହିଥିଲେ।
କାଂସ୍ୟ ଜିତିଲେ ମନୀଷା: ଜାତୀୟ କନିଷ୍ଠ ଦୌଡ଼କୁଦ
/sambad/media/post_attachments/wp-content/uploads/2017/11/12-manisha-merel.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)