୧୯ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ ଦଳରେ ମଞ୍ଜୁ, ଗୀତାଞ୍ଜଳି

କଟକ: ଓଡ଼ିଶା କନିଷ୍ଠ ମହିଳା ଫୁଟ୍‌ବଲ ଦଳର ଗୋଲ ରକ୍ଷକ ମଞ୍ଜୁ ଗଞ୍ଜୁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ସର୍ବଭାରତୀୟ ଫୁଟ୍‌ବଲ ମହାସ˚ଘ ପକ୍ଷରୁ ଘୋଷିତ ୨୩ ଜଣିଆ ଦଳରେ ମଞ୍ଜୁଙ୍କ ସହିତ ଅ˚ଶିକା ଓ ଆଦ୍ରିଜା ସାର୍ଖେଲ ଗୋଲ ରକ୍ଷକ ଭାବେ ସାମିଲ ହୋଇଛନ୍ତି। ଏହାବ୍ୟତୀତ ଆନ୍ତର୍ଜାତିକ ଖେଳାଳି ତଥା ଓଡ଼ିଶାର ପୂର୍ବତନ ପ୍ରଶିକ୍ଷକ ଗୀତାଞ୍ଜଳି ଖୁଣ୍ଟିଆ ଭାରତୀୟ ଦଳର ସହକାରୀ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି।

ଭାରତୀୟ ଦଳ ବା˚ଲାଦେଶର ଢାକାରେ ଆୟୋଜିତ ହେବାକୁଥିବା ୧୯ ବର୍ଷରୁ କମ୍‌ ସାଫ୍‌ ପ୍ରତିଯୋଗିତା ପାଇଁ ଯାତ୍ରା କରିଛି। ଢାକାରେ ୧୩ ତାରିଖରେ ଶ୍ରୀଲଙ୍କା, ୧୫ ତାରିରେ ଭୁଟାନ, ୧୭ ତାରିଖରେ ବା˚ଲାଦେଶ, ୧୯ ତାରିଖରେ ନେପାଳ ବିପକ୍ଷରେ ମ୍ୟାଚ୍‌ ଖେଳିବ। ସୂଚନାଯୋଗ୍ୟ, ମଞ୍ଜୁଙ୍କ ସହିତ ବନ୍ୟା କବିରାଜ, ସୁମିତା ତନ୍ତୀ ଓ ଜ୍ୟୋତି କୁମାରୀ ଜାତୀୟ ଶିବିରରେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ବନ୍ୟା ଓ ସୁମିତା ଓଡ଼ିଶା ବରିଷ୍ଠ ମହିଳା ଦଳରେ ଖେଳିବାକୁ ଚାଲିଯାଇଥିଲା ବେଳେ ଜ୍ୟୋତି କନିଷ୍ଠ ଭାରତୀୟ ଦଳରେ ସ୍ଥାନ ପାଇପାରିନଥିଲେ।

ସମ୍ବନ୍ଧିତ ଖବର