ଭୁବନେଶ୍ବର: ୬୨ତମ ରାଜ୍ୟ ସନ୍ତରଣ ପ୍ରତିଯୋଗିତା ସୋମବାର କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଉଦ୍ଯାପିତ ହୋଇଯାଇଛି। ଏହି ୩ ଦିନିଆ ପ୍ରତିଯୋଗିତାରେ ୨୫୮ ସନ୍ତରଣକାରୀ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ବରର ମନ୍ନତା ମିଶ୍ର ୨୧୩୪ ପଏଣ୍ଟ ସହ ପ୍ରତିଯୋଗିତାର ଶ୍ରେଷ୍ଠ ବାଳିକା ଖେଳାଳି ଏବଂ କଟକର ଅନ୍ମୋଲ ମହାନ୍ତି (୨୦୭୮ ପଏଣ୍ଟ) ଶ୍ରେଷ୍ଠ ବାଳକ ଖେଳାଳି ବିବେଚିତ ହୋଇଛନ୍ତି। ଗ୍ରୁପ୍-୨ ବାଳକରେ ସମ୍ବଲପୁରର ହିତେଶ ମହାରଣା (୧୭୪୨), ଗ୍ରୁପ୍-୨ ବାଳିକାରେ ଭୁବନେଶ୍ବରର ଅଂଶିକା ଏ ସାହୁ (୨୦୧୫), ଗ୍ରୁପ୍-୩ ବାଳକରେ କିଟ୍ ଓ କିସ୍ର କାହ୍ନୁ ସୋରେନ (୧୦୧୬), ଗ୍ରୁପ୍-୩ ବାଳିକାରେ ସମ୍ବଲପୁରର ଅର୍ପିତା ସେଠ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ପ୍ରଥମ ଦିନରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ଦ୍ବିତୀୟ ଦିନରେ ଅଲିମ୍ପିଆନ୍ ଦିଲୀପ ତିର୍କି ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଉଦ୍ଯାପନୀ ଦିବସରେ ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ କାର୍ଯ୍ୟକାରୀ ସଭାପତି ସୋମା ମିଶ୍ର, ସମ୍ପାଦକ ଗୋଲାପମଣି ମହନ୍ତ, ବିଜୟ କୁମାର ଦିକ୍ଷିତ, ସୁରେନ୍ଦ୍ର କୁମାର ନାୟକ, ଅମର ରଂଜନ ମହାନ୍ତି, ଲକ୍ଷ୍ମୀ ଚନ୍ଦ୍ର ମହାକୁର, ରବୀନ୍ଦ୍ର କୁମାର ରାଉତ, ମନୋଜ ବାଞ୍ଚୋର, ଲିପ୍ସା ରାଉତ ପ୍ରମୁଖ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏଠାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ସନ୍ତରଣକାରୀ ଜୁନ୍ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜକୋଟରେ ଆୟୋଜିତ ହେବାକୁଥିବା ଜାତୀୟ ଉପକନିଷ୍ଠ ସନ୍ତରଣ ଏବଂ ଭୁବନେଶ୍ବରରେ ଜୁଲାଇ ୧୬ରୁ ୨୦ ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା କନିଷ୍ଠ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାରୁ ପ୍ରତିନିଧିତ୍ବ କରିବେ।
ରାଜ୍ୟ ସନ୍ତରଣରେ ମନ୍ନତା ଓ ଅନମୋଲ ଶ୍ରେଷ୍ଠ
/sambad/media/post_attachments/wp-content/uploads/2022/05/f5h64sf65h4f65hsfhfhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)