ଭୁବନେଶ୍ବର: କେରଳର କୋଜିକୋଡ୍ଠାରେ ଫେବ୍ରୁଆରି ୨୩ ତାରିଖରୁ ବିଶ୍ବ ଫୁଟ୍ଭଲି ପ୍ରତିଯୋଗିତା ଆୟୋଜିତ ହେବ। ଏଥିପାଇଁ ଭାରତୀୟ ଫୁଟ୍ଭଲି ଦଳର ଏକ ଅଭ୍ୟାସ ଶିବିର କେରଳରେ ଗୁରୁବାରଠାରୁ ଆରମ୍ଭ ହେଉଛି। ଭାରତୀୟ ଦଳରେ ଓଡ଼ିଶାରୁ ମନୋଜ କୁମାର ସେଠୀ (ଢେଙ୍କାନାଳ) ଓ ପପୁନା ସାହୁ (କନ୍ଧମାଳ) ସ୍ଥାନ ପାଇଛନ୍ତି। ଏହି ଦୁଇ ଖେଳାଳି ବୁଧବାରଠୁ କେରଳ ଯାତ୍ରା କରିଛନ୍ତି।
ଗତ ଅଷ୍ଟମ ଜାତୀୟ ଫୁଟ୍ଭଲି ପ୍ରତିଯୋଗିତାରେ ଓଡ଼ିଶା ପୁରୁଷ ଦଳ ବିଜେତା ହୋଇଥିଲା ବେଳେ ଅଧିନାୟକ ମନୋଜ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ଜାତୀୟ ଦଳରେ ସ୍ଥାନ ପାଇଥିବା ମନୋଜ ଓ ପପୁନାଙ୍କୁ ଜାତୀୟ ଫୁଟ୍ଭଲି ସଂଘ ବରିଷ୍ଠ ଉପସଭାପତି ସହଦେବ ରାଉତ, ରାଜ୍ୟ ସଂଘ ସଭାପତି ଦିଲୀପ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି ମହମ୍ମଦ ଜିଆଉଦ୍ଦିନ୍, ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ରାଉତ, ସହସମ୍ପାଦକ ପ୍ରଦୀପ କୁମାର ରାଉତରାୟ ଓ ଆନ୍ତର୍ଜାତିକ ରେଫରି ସୁଜିତ ପାତ୍ର ଶୁଭେଚ୍ଛା ଜଣାଇଛନ୍ତି।