ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆରୁ ବାହାରେ ରହିବା ପରେ ମନୋଜ ତିୱାରୀ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ହେଲେ ଏହି ଘୋଷଣା ପରେ ସେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଧୋନି ଅଧିନାୟକ ଭାବେ ନେଇଥିବା ନିଷ୍ପତ୍ତିକୁ ସେ ସମାଲୋଚନା କରିଛନ୍ତି। ଶତକ କରିବା ସତ୍ତ୍ୱେ ମଧ୍ୟ ତାଙ୍କୁ ଦଳରୁ ବାହାର କରିଦିଆଯାଇଥିବା ଦାବି କରିଛନ୍ତି ମନୋଜ।

Advertisment

ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମ‌ନୋଜ, ଧୋନିଙ୍କୁ ପ୍ରଶ୍ନ କରିଛନ୍ତି ଯେ, 'ମୁଁ ମହେନ୍ଦ୍ର ସିଂ ଧୋନିଙ୍କୁ ପଚାରିବାକୁ ଚାହେଁ ଯେ ୨୦୧୧ରେ ଶତକ କରିବା ପରେ ବି ମୋତେ ଫ୍ଲେଇଂ ଇଲେଭେନରୁ କାହିଁକି ବାଦ୍ ଦିଆଗଲା? ମୋ ପାଖରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ହିରୋ ହେବାର ସାମର୍ଥ୍ୟ ଥିଲା। କିନ୍ତୁ ମୁଁ ହୋଇପାରିଲି ନାହିଁ। ଏବେ ଅନେକ କ୍ରିକେଟର ଭଲ ପ୍ରଦର୍ଶନ ନକରି ବି ଅଧିକ ସୁଯୋଗ ପାଉଥିବା ଦେଖି ମୁଁ ଭାଙ୍ଗିପଡ଼େ।'

ଉଲ୍ଲେଖଯୋଗ୍ୟ, ମନୋଜ ୨୦୧୧ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ୧୦୪ରନ୍ କରିଥିଲେ। ଏହା ସତ୍ତ୍ବେ ବି ତାଙ୍କୁ ଆଗାମୀ ୧୪ଟି ମ୍ୟାଚରୁ ବାଦ ଦିଆଯାଇଥିଲା। ଏହା ପରେ ସେ କ୍ରିକେଟରୁ ଦୂରେଇ ଯାଇଥିବା ବେଳେ ଏବେ ନିଜର ଅବସର ଘୋଷଣା କରିଛନ୍ତି।