ନୂଆଦିଲ୍ଲୀ: ଏଫ୍ଆଇଏଚ୍ ଦ୍ବାରା ପ୍ରଦତ୍ତ ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ଭାରତୀୟ ହକି ଦଳର ଅଧିନାୟକ ମନ୍ପ୍ରୀତ ସିଂହଙ୍କୁ ମିଳିଛି। ସେ ବିଶ୍ବ ବିଜେତା ବେଲ୍ଜିୟମର ଭିକ୍ଟର ୱିଗେଜ୍, ଆର୍ଥର ଭାନ୍ ଡୋରେନ୍, ଏଫ୍ଆଇଏଚ୍ ପ୍ରୋ-ଲିଗ୍ ୨୦୧୯ ବିଜେତା ଅଷ୍ଟ୍ରେଲିଆ ଦଳର ଆରାନ ଜାଲେସ୍କି, ଏଦି ଓକେନ୍ଦେନ ଏବଂ ଆର୍ଜେଣ୍ଟିନାର ଲୁକାସ ଭିଲାଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଛନ୍ତି। ମନ୍ପ୍ରୀତଙ୍କୁ ମୋଟ ୩୫.୨ ପ୍ରତିଶତ ଭୋଟ ମିଳିଥିଲା ବେଳେ ତାଙ୍କ ପଛକୁ ଭାନ୍ ଡୋରେନ୍ ୧୯.୭ ଓ ଭିଲା ୧୬.୫ ପ୍ରତିଶତ ଭୋଟ ପାଇ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ଏହି ପୁରସ୍କାର ପାଇବାରେ ମନ୍ପ୍ରୀତ୍ ମଧ୍ୟ ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି। ତାଙ୍କ ନାମ ଏହି ପୁରସ୍କାର ଲାଗି ଘୋଷିତ ହେବା ପରେ ଗୁରୁବାର ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ ଅଭିନନ୍ଦନ ଜଣାଇଛନ୍ତି। ପୂର୍ବରୁ ଚଳିତ ବର୍ଷର ଶ୍ରେଷ୍ଠ ଉଦୀୟମାନ ତାରକା ପୁରସ୍କାର ବିବେକ ସାଗର ପ୍ରସାଦ (ପୁରୁଷ) ଓ ଲାଲାରେମସିଆମି (ମହିଳା)ଙ୍କୁ ମିଳିଥିଲା।
ମନ୍ପ୍ରୀତ ବର୍ଷର ଶ୍ରେଷ୍ଠ ଖେଳାଳି
/sambad/media/post_attachments/wp-content/uploads/2020/02/dhfsd98h7fs9h78sf7h8sf97hs87hsf8h7s98fhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)