ମଣ୍ଟେ କାର୍ଲୋ: ଇଟାଲିର ଫାବିଓ ଫୋଗ୍ନିନି ମଣ୍ଟେ କାର୍ଲୋରେ ପ୍ରଥମ ଥର ଟ୍ରଫି ଜିତିଛନ୍ତି। ଏଠାରେ ଚାଲିଥିବା ମାଷ୍ଟର୍ସ ଟେନିସ୍ ପ୍ରତିଯୋଗିତାର ରବିବାର ଫାଇନାଲ୍ରେ ସେ ସର୍ବିଆ ତାରକା ଦୁସାନ୍ ଜୋକୋଭିକ୍ଙ୍କୁ ସିଧାସଳଖ ୬-୩ ଓ ୬-୪ ସେଟ୍ରେ ପରାସ୍ତ କରି ଟ୍ରଫି ହାତେଇ ନେଇଥିଲେ। ଏଥି ସହିତ ୧୯୯୯ରେ ଗୁସ୍ତାଭୋ କୁଏର୍ତନ୍ଙ୍କ ପରେ ନିମ୍ନ ମାନ୍ୟତା (ତ୍ରୟୋଦଶ) ଖେଳାଳି ଭାବେ ଟ୍ରଫି ଜିତିବାରେ ଫୋଗ୍ନିନି ପ୍ରଥମ ହୋଇଛନ୍ତି। ଏହା ମଧ୍ୟ ଫୋଗ୍ନିନିଙ୍କର ମୋଟ ଉପରେ ନବମ ଏଟିପି ଟ୍ରଫି ଥିଲା।