ମଣ୍ଟ୍ରିଲ ମାଷ୍ଟର୍ସ ସେମିରେ ବୋପାନ୍ନା

ମଣ୍ଟ୍ରିଲ: ଭାରତୀୟ ଟେନିସ୍‌ ତାରକା ରୋହନ ବୋପାନ୍ନା ଏଟିପି ମଣ୍ଟ୍ରିଲ ମାଷ୍ଟର୍ସ ପ୍ରତିଯୋଗିତାରେ ପୁରୁଷ ଯୁଗଳ ସେମିଫାଇନାଲ୍‌ ପ୍ରବେଶ କରିଛନ୍ତି। କାନାଡାର ଡେନିସ୍‌ ସାପୋଭାଲ୍‌ଭୋଙ୍କୁ ସାଥୀ କରି ଖେଳୁଥିବା ବୋପାନ୍ନା ଅବଶ୍ୟ କ୍ବାର୍ଟର ଫାଇନାଲ୍‌ରେ ୱାକ୍‌ ଓଭର ପାଇ ସେମିରେ ସ୍ଥାନ ପକ୍କା କରିଛନ୍ତି। ତାଙ୍କ କ୍ବାର୍ଟର ଫାଇନାଲ୍‌ ପ୍ରତିଦ୍ବନ୍ଦ୍ବୀ ଫ୍ରାନ୍‌ସ- ସ୍ବିଜରଲାଣ୍ଡ୍‌ ଯୋଡ଼ି ବେନୋଟ୍‌ ପାଇରେ ଓ ଷ୍ଟାନ୍‌ ୱାରିଙ୍କା ଓହରିଯାଇଥିଲେ। ତେବେ କ୍ବାର୍ଟର ଫାଇନାଲ୍‌ ପୂର୍ବରୁ ଅଣମାନ୍ୟତାପ୍ରାପ୍ତ ବୋପାନ୍ନା-ସାପୋଭାଲ୍‌ଭୋ ଯୋଡ଼ି କେଲି ଏଡ୍‌ମୁଣ୍ଡ୍‌-ଟେଲର ଫ୍ରିଜ୍‌ ଏବଂ ଚତୁର୍ଥ ମାନ୍ୟତା ଫ୍ରାନ୍‌ସ ଯୋଡ଼ି ନିକୋଲା ମାହୁତ-ଏଡୁୱାର୍ଡୋ ରୋଜସ ଭାସେଲିନ୍‌ ଯୋଡ଼ିକୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର