ବିଶ୍ବ କୀର୍ତିମାନ ରଚିଲେ ମନୁ-ସୌରଭ

କୁଏତ୍‌ ସିଟି: ଯୁବ ଭାରତୀୟ ବନ୍ଧୁକଚାଳକ ମନୁ ଭାକର ଏବଂ ସୌରଭ ଚୌଧୁରୀ ଯୋଡ଼ି ଶୁକ୍ରବାର କନି‌ଷ୍ଠ ବିଶ୍ବ କୀର୍ତିମାନର ଅଧିକାରୀ ହୋଇଛନ୍ତି। ଏକାଦଶ ଏସୀୟ ଏୟାରଗନ୍‌ ପ୍ରତିଯୋଗିତା‌‌ର ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳଗତ ବର୍ଗ ଫାଇନାଲ୍‌ରେ ମନୁ-ସୌରଭ ୪୮୫.୪ ପଏଣ୍ଟ୍‌ ସହ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ କରାୟତ କରିବା ସାଙ୍ଗକୁ ଏହି ସଫଳତା ପାଇଥିଲେ। ଉଭୟ ରୌପ୍ୟ ଓ କାଂସ୍ୟ ପଦକ ଚୀନ୍‌କୁ ମିଳିଥିଲା। ଅନ୍ୟ ଭାରତୀୟ ଯୋଡ଼ି ଅଭିଦନ୍ୟା ପାଟିଲ ଓ ଅନମୋଲ ଜୈନ୍ ଚତୁର୍ଥରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ଏହି ପ୍ରତି‌ଯାଗିତାରେ ସୌରଭ ୩ ସ୍ବର୍ଣ୍ଣ ଜିତିଥିଲା ବେଳେ ମନୁ ପୂର୍ବରୁ ଗୋଟିଏ ରୌପ୍ୟ ପାଇଥିଲେ। ମୋଟ ଉପରେ ଭାରତୀୟ କନିଷ୍ଠ ଦଳ ୪ ସ୍ବର୍ଣ୍ଣ ସହ ମୋଟ ୧୧ ପଦକ ପାଇ ଅଭିଯା‌ନ ‌ଶେଷ କରିଛି।

ସମ୍ବନ୍ଧିତ ଖବର